ଯୁକ୍ତ ୨ ମୂଲ୍ୟାୟନ ପ୍ରସଙ୍ଗ : ଖାତା ଦେଖିବେ ନବୋଦୟ ଓ ଘରୋଇ କଲେଜ ଅଧ୍ୟାପକ

62

ସନ୍ଦେହ ଘେରରେ ଯୁକ୍ତ ୨ ମୂଲ୍ୟାୟନର ମାନ । ବିକଳ୍ପ ବ୍ୟବସ୍ଥା ଭାବେ ଘରୋଇ ତଥା ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକଙ୍କୁ ସରକାର ନିୟୋଜିତ କରିବା ପରେ ଏଭଳି ପ୍ରଶ୍ନ ଉଠିଛି । ମୂଲ୍ୟାୟନ ପାଇଁ ଥିବା ଦିଗଦର୍ଶନ ଅନୁସାରେ କୌଣସି ଏକ ପାଠ୍ୟଖସଡାରେ ତିନି ବର୍ଷ ପଢାଇଥିବା ଶିକ୍ଷକ ହିଁ ସେହି ଖାତା ଦେଖିପାରିବ । କିନ୍ତୁ ସିବିଏସଇରେ ପାଠ ପଢାଇଥିବା ଶିକ୍ଷକ କିଭଳି ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦର ସିଲାବସର ଖାତା ଦେଖିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଧ୍ୟାପକ ସଂଘ । ସରକାରଙ୍କ ଏଭଳି ପଦକ୍ଷେପ ଛାତ୍ର ଓ ଶିକ୍ଷକ ମାରଣ ନୀତି ବୋଲି ସଂଘ କହିଛି । ତେବେ ମୁକାବିଲା ନୀତି ଧରିଥିବା ସରକାର ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି । ଏଭଳି ଶିକ୍ଷକ, ଅଧ୍ୟାପକ ଖାତା ଦେଖିଲେ ମୂଲ୍ୟାୟନ ସଠିକ ହୋଇପାରିବ ନାହିଁ ବୋଲି ସଂଘ ଦାବି କରିଛି । ସରକାର ମୁକାବିଲା କରିବା ଅପେକ୍ଷା ଆପୋଷ ଆଲୋଚନା ମାଧ୍ୟାମରେ ସମସ୍ୟା ର ସମାଧାନ କରିବାକୁ ଦାବି କରିଛି ସଂଘ । ଅନ୍ୟପଟେ ଆଗାମୀ ଦିନରେ ଅଧିକ ତୀବ୍ରତର ଭାବେ ଆନ୍ଦୋଳନ ଜାରି ରଖିବାକୁ ସଂଘ ସୂଚନା ଦେଇଛି ।