ଜାମ୍ମୁକଶ୍ମୀରର ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ , ୨ ଆତଙ୍କବାଦୀ ମୃତ

73

କନକ ବ୍ୟୁରୋ : ଜାମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟିଛି । ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜାମ୍ମୁ ଓ କଶ୍ମୀରର ଜାମ୍ମୁଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ସୁରକ୍ଷା କର୍ମୀ ଅଞ୍ଚଳକୁ କର୍ଡ଼ନ କରି ସଚ୍ର୍ ଅପରେସନ ଚଳାଇଥିଲେ। ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଛନ୍ତି। ଏହି ଏନକାଉଣ୍ଟର ସମୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ।

ମୃତ ଆତଙ୍କବାଦୀ ଦ୍ୱୟଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଜୈସ ଇ ଅହମ୍ମଦ ସଙ୍ଗଠନର ଆତଙ୍କବାଦୀ ସହୀଦ ଅହମ୍ମଦ ବାବା ଓ ଅନିୟତ ଅହମ୍ମଦ ଜିଗର ବୋଲିି ଜଣାପଡ଼ିଛି। ସେମାନଙ୍କ ଠାରୁ ଗୋଟିଏ ଏସଏଲଆର ଓ ଗୋଟିଏ ପିସ୍ତଲ ସହିତ ବହୁ ପରିମାଣର ଗୁଳିଗୋଳା ଜବତ କରାଯାଇଛି।