ଦୂର ହେଲା ଆତଙ୍କ ! କୋଣାର୍କ ଏକ୍ସପ୍ରେସରୁ ମିଳିଥିବା ସନ୍ଦିଗ୍ଧ ବାକ୍ସ ବୋମା ନୁହେଁ ରଙ୍ଗ ବାକ୍ସ

26

କନକ ବ୍ୟୁରୋ : ଦୂର ହେଲା ଆତଙ୍କ । କୋଣାର୍କ ଏକ୍ସପ୍ରେସ ରୁ ମିଳିଥିବା ସନ୍ଦିଗ୍ଧ ବାକ୍ସ ବୋମା ନୁହେଁ ରଙ୍ଗ ବାକ୍ସ ବୋଲି ଜଣାପଡିଛି । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସରୁ ଦୁଇଟି ସନ୍ଦିଗ୍ଧ ବାକ୍ସ ଉଦ୍ଧାର କରାଯାଇଥିଲା । ତେଲେଙ୍ଗାନାରେ ଟ୍ରେନରେ ବୋମା ଥିବା ନେଇ ଖବର ମିଳିବା ପରେ ମଧିରା ଷ୍ଟେସନ ନିକଟରେ ବାକ୍ସ ଦୁଇଟିକୁ ଆରପିଏଫ ଠାବ କରିଥିଲା । ଟ୍ରେନରୁ ମିଳିଥବା ବାକ୍ସର ଯାଂଚ ପରେ ଏହା ବୋମା ନୁହେଁ ରଙ୍ଗ ବାକ୍ସ ବୋଲି ବୋମା ନିଷ୍କ୍ରିୟକାରୀ ଦଳ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ଆଜି ସକାଳେ କୋଣାର୍କ ଏକ୍ସପ୍ରେସରୁ ମିଳିଥିଲା ସଂନ୍ଦିଗ୍ଧ ବାକ୍ସ । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସରୁ ଦୁଇଟି ସନ୍ଦିଗ୍ଧ ବାକ୍ସ ଉଦ୍ଧାର କରାଯାଥିଲା । ତେଲେଙ୍ଗାନାରେ ଟ୍ରେନରେ ବୋମା ଥିବା ନେଇ ଖବର ମିଳିବା ପରେ ଛାନଭିନ୍ କରାଯାଇଥିଲା । ମଧିରା ଷ୍ଟେସନ ନିକଟରେ ବାକ୍ସ ଦୁଇଟିକୁ ଆରପିଏଫ ଠାବ କରିଥିଲା । ଟ୍ରେନରୁ ମିଳିଥିବା ବାକ୍ସର ଯାଂଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ପହଂଚିଥିଲା । ତେବେ ଛାନଭିନ୍ ପରେ ଜଣାପଡ଼ିଲା ଉକ୍ତ ବାକ୍ସ ଗୁଡ଼ିକ ହେଲା ରଙ୍ଗ ବାକ୍ସ ।