କଲେଜ ଝିଅର କରୁଣ କାହାଣୀ ! କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ

23

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଘଟିଥିବା କଳଙ୍କିତ କାହାଣୀ ବଖାଣିଛନ୍ତି ପୀଡିତା ଛାତ୍ରୀ । କେଉଁଠି , କେମିତି ଆଉ କିଏ କିଏ ତାଙ୍କ ସହ କରିଥିଲେ ଗଣଦୁଷ୍କର୍ମ । ଶିକ୍ଷାର ମନ୍ଦିରରେ ତାଙ୍କପ୍ରତି କେମିତି ହୋଇଥିଲା ପାଶବିକ ଅତ୍ୟାଚାର । ପୀଡିତା ଜଣକ ସୁନ୍ଦରଗଡ ବଡଗାଁ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ । ସୋମବାର କ୍ଲାସ୍ ସାରି କ୍ୟାମ୍ପସରେ ଜଣେ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ ସଂପୃକ୍ତ ଛାତ୍ରୀ ଜଣକ । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଜଣକ ଆଉ ଦୁଇ ଜଣ ସାଙ୍ଗଙ୍କ ସହ କଥା ହେବା ବାହାନାରେ ଛାତ୍ରୀଙ୍କୁ ନିକଟ ବଗିଚାକୁ ଡାକିନେଇଥିଲେ । ଆଉ ଏଥିରେ ସଂପୃକ୍ତ ଛାତ୍ରୀ ଅମଙ୍ଗ ହେବାରୁ ତାଙ୍କୁ ବଳପୂର୍ବକ ଉଠାଇନେଇଥିଲେ । ପରେ କ୍ୟାମ୍ପସ ପରିସରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ଏପରିକି ଗଣଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିଛନ୍ତି ସଂପୃକ୍ତ ଛାତ୍ର । କଲେଜ କ୍ୟାମ୍ପସରେ ଜଘନ୍ୟ କାଣ୍ଡ । ଛାତ୍ରୀଙ୍କୁ ସହପାଠୀଙ୍କ ଗଣଦୁଷ୍କର୍ମ । ସୁନ୍ଦରଗଡର ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା ।

ଦେଖନ୍ତୁ ଏହି ଭିଡ଼ିଓ –