ପାକିସ୍ତାନର ରକ୍ତ ଚରିତ୍ର ! ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇ ଜବାନଙ୍କୁ ମାରିଲା ଆତଙ୍କି ଦେଶ

24

କନକ ବ୍ୟୁରୋ : କଶ୍ମୀରର ପୁଂଛ ସେକ୍ଟରରେ ପାକିସ୍ତାନୀ ସେନା ଆଜି ଅତର୍କିତ ଆକ୍ରମଣ କରି ଘଟାଇଛି ଅମାନବୀୟ କାଣ୍ଡ । ଏହି ଅତର୍କିତ ଆକ୍ରମଣରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସହୀଦ ଯବାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କାଟି ନେଇଛନ୍ତି ପାକିସ୍ତାନୀ ସେନା । ଦୁଇ ଯବାନଙ୍କ ମୃତ ଶରୀରକୁ ଅତି ବିଭତ୍ସ ଭାବେ ବିକୃତ କରିବା ପରେ ଭାରତୀୟ ସେନା ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି ।

ଏହି ଘଟଣା ପରେ ଭାରତୀୟ ସେନା କଡ଼ା ଜବାବ୍ ରଖିଛି । ସେନାର ନର୍ଦନ୍ କମାଣ୍ଡ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି-ପାକିସ୍ତାନୀ ସେନାର ଏହି ଘୃଣ୍ୟ କାମର ଉଚିତ୍ ଜବାବ ଦିଆଯିବ । ସେନା ଆହୁରୀ ମଧ୍ୟ କହିଛି- ମୃତ ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଟିନେବା କାପୁରୁଷ ପଣିଆ ।

କୁଳଭୁଷଣ ଯାଦବଙ୍କୁ ପାକିସ୍ତାନୀ ମିଲିଟାରୀ କୋର୍ଟ-ଫାଶି ଦଣ୍ଡାଦେଶ ଦେବା ପରେ ଦୁଇ ଦେଶ ମଧ୍ୟରେ ଉତେଜନା ଆହୁରୀ ବଢ଼ିଯାଇଛି । ଏକ ପାଖିଆ ଭାବେ ପାକିସ୍ତାନ-ଏହା ପରଠାରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି, ଆକ୍ରମଣ କରିବାକୁ ପଛାଉ ନାହିଁ । ଏସବୁ ଭିତରେ ଆଜି ମୃତ ଭାରତୀୟ ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଟିନେବା ପୁଣି ଥରେ ପାକିସ୍ତାନୀ ସେନାର କାପୁରୁଷ ପଣିଆକୁ ପ୍ରମାଣିତ କରିଛି ।