ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ନେଇ ଦୁଇ ସାର୍ପ ସୁଟରଙ୍କୁ ଗିରଫ କଲା ଏସଟିଏଫ୍ : ଉଭୟଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା

41

କନକ ବ୍ୟୁରୋ : ଗିରଫ ହେଲେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ । କ୍ରାଇମବ୍ରାଂଚର ସୂଚନା ଅନୁଯାୟୀ ଏସଟିଏଫ୍ ଆଜି ୨ ସାର୍ପ ସୁଟରଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ସାର୍ପ ସୁଟର୍ ହେଲେ ସେଖ୍ ସୟଦ୍ ଓ ବାବୁଲା ପତି । ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ସୟଦ ଓ ବାବୁଲା ନାଁରେ ପାଖାପାଖି ୨୫ଟି ଉଦ୍ଧ୍ୱର୍ ମାମଲା ଥିବା କ୍ରାଇମବ୍ରାଂଚ ସୂଚନା ଦେଇଛି । ଗିରଫ ସାର୍ପ ସୁଟର୍ ଗ୍ୟାଙ୍ଗଷ୍ଟର୍ ଟିଟୋ ଇସାରାରେ କାମ କରୁଥିବା ଏସଟିଏଫ୍ ଜାଣିବାକୁ ପାଇଛି । ଗିରଫ ପରେ ଏସଟିଏଫ୍ ଦୁଇ ସାର୍ପ ସୁଟରଙ୍କୁ ଜେରା କରୁଛି । ତେବେ ଖୋଳତାଡ଼ ପରେ ଟିଟୋ ସମ୍ପର୍କରେ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିବାର ଅନୁମାନ କରାଯାଉଛି ।