ବିଯୁକ୍ତ ହେଲା ଯୁକ୍ତ ଦୁଇ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଯୁକ୍ତ ହେଲା ଯୁକ୍ତ ଦୁଇ । ଉଚ୍ଚଶିକ୍ଷା ବିଭାଗରୁ ଅଲଗା ହେଲା ଯୁକ୍ତ ଦୁଇ । ଏଣିକି ଗଣଶିକ୍ଷା ବିଭାଗ ଅଧିନରେ ରହିବ ଯୁକ୍ତ ଦୁଇ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଯୁକ୍ତ ଦୁଇ ଶିକ୍ଷାରେ ଏକ ବଡ଼ ଧରଣ ସଂସ୍କାର ଆଣିଛନ୍ତି ଉଚ୍ଚଶିକ୍ଷା ବିଭାଗ ।୨୦୧୬-୧୭ ଶିକ୍ଷା ବର୍ଷରେ ବଦଳିବ ଯୁକ୍ତ ଦୁଇ ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ । ଏଥର ସିବିଏସଇ ଢ଼ାଂଚାରେ ଯୁକ୍ତ ଦୁଇ କଲେଜ ଗୁଡ଼ିକରେ ପାଠପଢ଼ା ହେବ ।

ସର୍ବଭାରତୀୟ ସ୍ତରରେ ଓଡିଆ ଛାତ୍ରଙ୍କ ବିଫଳତାକୁ ଦୃଷ୍ଟିରେ ରଖି ଏଭଳି ଏକ ସଂସ୍କାର ଆଣିଛି ବିଭାଗ । ଅମୂଲ୍ୟ ପଣ୍ଡାଙ୍କ ନେତୃତ୍ୱରେ ଗଠନ ହୋଇଥିବା ଫେକ୍ଟ ଫାଇଣ୍ଡିଂ କମିଟିର ସୁପାରିଶ ଅନୁସାରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ବିଭାଗୀୟ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ଉଚ୍ଚ ଶିକ୍ଷା ବିଭାଗରୁ ଗଣଶିକ୍ଷା ବିଭାଗକୁ ଆସିବା ପରେ ରାମସା ବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଯୋଜନାରେ ଆସୁଥିବା ବିଭିନ୍ନି ଅନୁଦାନ ପାଇପାରିବ ଯୁକ୍ତ ଦୁଇ କଲେଜ । ଏଥର ପରୀକ୍ଷା ପରିଚାଳନା ଓ ପାଠ୍ୟକ୍ରମ ଆଦି ଗଣଶିକ୍ଷା ବିଭାଗ ଅଧିକକୁ ଯିବ ।