ମେଧାବୀଙ୍କ ସହ ଖେଳୁଛି କାଉନସିଲ : ଦାୟିତ୍ୱହୀନତାର ଶିକୁଳିରେ ବନ୍ଧା ପଡିଛି ଉଚ୍ଚଶିକ୍ଷାର ଭାଗ୍ୟ

38

କନକ ବ୍ୟୁରୋ : ବାଲେଶ୍ୱର ପାତ୍ରପୁର ଅଂଚଳର ନିରଦ ବରଣ ବିଶ୍ୱାଳ । ୨୦୧୪ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରଖିଥିଲେ ୭୩ ପ୍ରତିଶତ ମାର୍କ । ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିଲେ ନିରଦ । କାରଣ ୮୫ ପ୍ରତିଶତରୁ ଅଧିକ ମାର୍କ ରଖିବେ ବୋଲି ସେ ଆଶା କରିଥିଲେ । ତେଣୁ ଉତ୍ତର ଖାତାର ଫଟୋକପି ମଗାଇବା ପରେ ସଠିକ ମୂଲ୍ୟାୟନ ହୋଇନଥିବା ଅନୁଭବ କରିଥିଲେ । ପରିବାର ଓ ଶିକ୍ଷକଙ୍କ ସହ ପରାମର୍ଶ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟ ଦେଇଥିବା ଏହି ନିର୍ଦ୍ଦେଶନାମାକୁ ଦେଖନ୍ତୁ । ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଦିଆଯାଇଥିବା ଏହି ନିର୍ଦ୍ଦେଶକୁ କିନ୍ତୁ ଆଜିଯାଏ ପାଳନ କରାଯାଇନାହିଁ ।

୨୦୧୪ରୁ ୨୦୧୭ ତିନି ବର୍ଷ ହେଲା ନିରଦଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ହୋଇପାରିଲା ନାହିଁ । ଏହା ଭିତରେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବାରମ୍ବାର କଂଟ୍ରୋଲରଙ୍କ ପାଖକୁ ଦୌଡିଛନ୍ତି । ହେଲେ ଖାଲି ପ୍ରତିଶ୍ରୁତି ଦେବା ଛଡା ଆଉକିଛି କରିନାହାନ୍ତି କର୍ତୃପକ୍ଷ । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏବେ ଏନଆଇଆଇଟି କ୍ୱାଲିଫାଏ କରିଛନ୍ତି ନିରଦ । କିନ୍ତୁ ଯୁକ୍ତ ଦୁଇ ବିଜ୍ଞାନରେ ୭୩ ପ୍ରତିଶତ ମାର୍କ ରଖିଥିବାରୁ ନାମଲେଖା ହୋଇପାରୁନାହିଁ ।

ମାଟ୍ରିକ ପରୀକ୍ଷାରେ ୯୨ ଦଶମିକ ୫ ପ୍ରତିଶତ ମାର୍କ ରଖିଥିବା ନିରଦ କ୍ୟାରିଅରର ସମସ୍ତ ପରୀକ୍ଷାରେ ଭଲ କରିଥିଲେ । ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ହେଲେ କାଳେ ମାର୍କ ବଢିବ, ସେହି ଆଶାରେ ଆଜିଯାଏ କୌଣସି ଉଚ୍ଚଶିକ୍ଷା ପାଇଁ ନମ ଲେଖାଇ ନାହାନ୍ତି । ଆଉ ସେପଟେ ଏଭଳି ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ସହ ଖେଳଖେଳି ଚାଲିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଦେଖନ୍ତୁ ଏହି ଭିଡିଓ –