ଟପ୍ପର ବଖାଣିଲେ ସଫଳତାର ସୂତ୍ର । +୨ ବିଜ୍ଞାନରେ ରାଜ୍ୟର ଏକ ନମ୍ବର ଛାତ୍ର ଦେଲେ ପରୀକ୍ଷା ପ୍ରସ୍ତୁତି ଟିପ୍ସ ।

315

କନକ ବ୍ୟୁରୋ: ଗତକାଲି ପ୍ରକାଶ ପାଇଥିବା +୨ ବିଜ୍ଞାନ ପରୀକ୍ଷାରେ ୯୭ ହଜାର ପିଲାଙ୍କୁ ପଛରେ ପକାଇ ରାଜ୍ୟରେ ଟପ୍ପର ହୋଇଛନ୍ତି ବିଜେବି କଲେଜର ଭବାନୀ ଶଙ୍କର ପଟ୍ଟନାୟକ । ଭୁବନେଶ୍ବରସ୍ଥିତ ବିଜେବି କଲେଜର ଛାତ୍ର ଭବାନୀ ଶଙ୍କର ପଟ୍ଟନାୟକ ୬୦୦ରୁ ୫୫୯ ମାର୍କ ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି । ତେବେ ଭବାନୀଙ୍କ ଏହି ସଫଳତା ପଛର ସିକ୍ରେଟ ନେଇ କହିଛନ୍ତି କି, ଦିନକୁ ୫ ରୁ ୬ ଘଣ୍ଟା ଧ୍ୟାନ ଦେଇ ପଢୁଥିଲି ଏବଂ ପଢ଼ାବେଳେ କେବଳ ପାଠ ଉପରେ ଧ୍ୟାନ ରହୁଥିଲା । ଏଭଳି ସଫଳତା ପଛରେ ବାପା ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଅନ୍ୟପଟେ ରାଜ୍ୟରେ ଟପ୍ପର ହେବା ଭଳି ସୁନାମ ଅର୍ଜନ କରିବା ନେଇ ଭବାନୀ କହିଛନ୍ତି କି, ବଡ଼ ବଡ଼ ସ୍ୱପ୍ନ ଦେଖିବା ନିତ୍ୟାନ୍ତ ଅବାଶ୍ୟକ । ଆଉ ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ପରିଶ୍ରମ କରିବା ମଧ୍ୟ ଜରୁରୀ । ଏହାର ଫଳ ଭଗବାନ ହିଁ ପ୍ରଦାନ କରିବେ । ମୋ ପରିଶ୍ରମ ଏବଂ ବାପା ମା’ଙ୍କ ଆଶୀର୍ବାଦ ପାଇଁ ମୋତେ ଆଜି ଏଭଳି ସଫଳତା ମିଳିଛି । ମୋର ଆଗାମୀ ଲକ୍ଷ୍ୟ ଆଇ.ଆଇ.ଟି ପାଇବା । କାରଣ ଆଇ.ଆଇ.ଟି ପାଇବା ପାଇଁ ମୁଁ ବହୁତ ପରିଶ୍ରମ କରିଛି ତେଣୁ ମୁଁ ଆଶୟୀ ଅଛି ଯେ, ଆଇ.ଆଇ.ଟି ମୁଁ ପ୍ରାପ୍ତ କରିବି ।

ସେହିଭଳି ଭବାନୀଙ୍କ ବାଦ୍ ବିଜେବି କଲେଜର ଛାତ୍ରୀ ଶୁଭଶ୍ରୀ ମହାରଣା ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ ୬୦୦ରୁ ୫୫୮ ନମ୍ବର ରଖି ଦ୍ବିତୀୟ, ଜୁପିଟର ସାଇନ୍ସ କଲେଜର ଛାତ୍ର ଅଂଶୁମାନ କର ୫୫୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଟପ୍ ୧୦ ତାଲିକାରେ ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି।