ପ୍ରକାଶ ପାଇଲା ଯୁକ୍ତ ୨କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ : କଳାରେ ୭୦.୧୭ ପ୍ରତିଶତ ଓ ବାଣିଜ୍ୟରେ ୭୧.୪୩ ପ୍ରତିଶତ ପାସ୍ ହାର

23

କନକ ବ୍ୟୁରୋ : ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଆନୁଷ୍ଠାନିକ ଭାବେ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । କଳା ବିଭାଗରେ ପାସ୍ କରିଛନ୍ତି ୭୦ଦଶମିକ ୧୭ ପ୍ରତିଶତ ଛାତ୍ରଛାତ୍ରୀ । କଳାରେ ମୋଟ୍ ୧ଲକ୍ଷ ୭୪ହଜାର ୨୩୭ ଜଣ ପାସ୍ କରିଛନ୍ତି । କଳାରେ ୧୯ହଜାର ୨୪ଜଣ ପ୍ରଥମ ଶ୍ରେଣୀରେ, ୨୯ହଜାର ୧୬୦ଜଣ ଦ୍ୱିତୀୟ ଶ୍ରେଣୀରେ, ୧ଲକ୍ଷ ୨୫ହଜାର ୫୬୨ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଚଳିତବର୍ଷ କଳାରେ ୨ଲକ୍ଷ ୪୩ହଜାର ୫୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳା ପରୀକ୍ଷାରେ ପୁରୀ ଜିଲ୍ଲାର ସର୍ବାଧିକ ୮୨ ଦଶମିକ ପ୍ରତିଶତ ପାସ୍ ହାର ରହିଥିବାବେଳେ କୋରାପୁଟ୍ ଜିଳ୍ଲାର ପାସ୍ ହାର ସର୍ବନିମ୍ନ ୪୮ ଦଶମିକ ପ୍ରତିଶତ ରହିଛି । କଳାରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନଙ୍କ ପାସ୍ ହାର ଅଧିକ ରହିଛି ।

ସେହିପରି ବାଣିଜ୍ୟରେ ୭୧.୪୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ମୋଟରେ ୨୦ହଜାର ୪୪ଜଣ ପାସ୍ କରିଛନ୍ତି । ବାଣିଜ୍ୟରେ ୨୮ହଜାର ୫୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବାଣିଜ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୮୭.୨୧ ପ୍ରତିଶତ ପାସ୍ ହାର ହୋଇଥିବାବେଳେ ଦେବଗଡରେ ସର୍ବନିମ୍ନ ୩୯.୭୫ ପ୍ରତିଶତ ପାସ ହାର ରହିଛି । ବାଣିଜ୍ୟରେ ୩ହଜାର ୮୬୦ ପ୍ରଥମ ଶ୍ରେଣୀରେ, ୨୯୨୩ ଜଣ ଦ୍ୱିତୀୟ ଶ୍ରେଣୀରେ , ୧୩ହଜାର ୨୪୭ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟରେ ମଧ୍ୟ ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ବାଜିମାତ କରିଛନ୍ତି । ଏହା ସହିତ ଧନ୍ଦାମୂୂଳକ ଓ ପତ୍ରବିନିମୟ ପାଠ୍ୟକ୍ରମର ମଧ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୧ ଦଶମିକ ପ୍ରତିଶତ ହୋଇଛି । ଏଥିରେ ୮ହଜାର ୩୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫୧୨୦ ଜଣ ପାସ୍ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –