ଆସନ୍ତାକାଲି ପ୍ରକାଶ ପାଇପାରେ +୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

61

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆସନ୍ତାକାଲି କିମ୍ବା ଜୁନ୍ ପହିଲାରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା , ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି । ପୁସ୍ତିକା ତିଆରି ଶେଷ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁଯାୟୀ ଦେଶରେ ଥିବା ସମସ୍ତ ଯୁକ୍ତ ଦୁଇ ବୋର୍ଡ ଜୁନ୍ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା କଥା । ସେହି ଅନୁଯାୟୀ ଆସନ୍ତାକାଲି କିମ୍ବା ଜୁନ୍ ୧ ତାରିଖରେ ବାକି ୩ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା କରିଛି ଯୁକ୍ତ ଦୁଇ ବୋର୍ଡ । ଏନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଘୋଷଣା କରିବା ସମ୍ଭାବନା ରହିଛି ।