ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ପୂର୍ବାହ୍ନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବ । ଏହାର ଠିକ୍ ଏକ ଘଂଟା ପରେ ଅର୍ଥାତ୍ ୧୨ଟା ୪୫ରୁ ପରୀକ୍ଷାର୍ଥୀ ୱେବ ସାଇଟ୍ ମାଧ୍ୟମରେ ନିଜ ନିଜ ପରୀକ୍ଷା ଫଳ ଦେଖିପାରିବେ । ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାରରେ ୮୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଚଳିତବର୍ଷ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ । ଅନ୍ୟପଟେ ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷାଫଳ ପ୍ରକାଶ ପାଇବ । ଚଳିତବର୍ଷ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ପରୀକ୍ଷାଫଳ ବିଳମ୍ବରେ ପ୍ରକାଶ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ପୂର୍ବରୁ କେବେ ଏତେ ଶୀଘ୍ର ପରୀକ୍ଷାଫଳ ପ୍ରକାଶ ପାଇନଥିଲା । ବିଜ୍ଞାନ ବିଭାଗର ସମସ୍ତ ବିଷୟର ଇ-ମୂଲ୍ୟାୟନ ହୋଇଥିବାରୁ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇଛି ।