ପୁଣି ଖଟିଆରେ ବୁହାହେଲେ ୨ଜଣ ଗର୍ଭବତୀ : ସାମନାକୁ ଆସିଲା କଲ୍ୟାଣସିଂପୁରର ଦୟନୀୟ ଚିତ୍ର

55

କନକ ବ୍ୟୁରୋ : ଖଟିଆରେ ବୁହାହେଲେ ଗର୍ଭବତୀ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଂଚିପାରିଲାନାହିଁ । ଫଳରେ ବାଧ୍ୟହୋଇ ୨ଜଣ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୋହିନେଲେ ସମ୍ପର୍କୀୟ । ରାୟଗଡା ଜିଲ୍ଲା ମାଝିଗୁଡା ପଂଚାୟତର କତାଗୁଡା ଗାଁକୁ ଯିବାକୁ ରାସ୍ତା ନଥିବାରୁ ପହଂଚିପାରିଲାନାହିଁ ଆମ୍ବୁଲାନ୍ସ । ଫଳରେ ସମ୍ପର୍କୀୟମାନେ ବାଧ୍ୟ ହୋଇ ୨ଜଣ ଗର୍ଭବତୀଙ୍କୁ ଖଟିଆରେ ବୋହିନେଇଥିଲେ ।

ରାୟଗଡା ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳିଛି । ଯାହା କି ସରକାରଙ୍କ ଜନନୀ ସୁରକ୍ଷା ଯୋଜନାକୁ ପ୍ରହସନରେ ପରିଣତ କରିଛି ।

ଗତ ଜୁଲାଇ ମାସରେ ଘଟିଥିଲା ଏହିଭଳି ଅନୁରୂପ ଘଟଣା । କଲ୍ୟାଣୀ ନଦୀରେ ବନ୍ୟା ଆସିଥିବାବେଳେ ଏଭଳି ବିପଦପୂର୍ଣ୍ଣ ଭାବରେ ନଦୀ ପାର ହେଉଥିଲେ ଜଣେ ଗର୍ଭବତୀ ମହିଳା । କଲ୍ୟାଣସିଂପୁର ପୁରୁଣାଭଟ୍ଟା ଗାଁର ଏହି ମହିଳା ଆମାଲୁ ୱାଡାକା । ପ୍ରସବ ଯନ୍ତ୍ରଣା ସହିନପାରିବାରୁ ଗାଁ ଲୋକେ ବାଉଁଶରେ ଭେଳା କରି ଏହିଭଳି କଲ୍ୟାଣୀ ନଦୀ ପାର କରାଇଥିଲେ । ପ୍ରାୟ ୬ଟି ପଂଚାୟତକୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ ଭାସିଯିବା ପରେ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ଏହି ଏକମାତ୍ର ବାଟ ଥିଲା । ସ୍ଥାନୀୟ ଅଂଚଳରେ ମାସକ ମଧ୍ୟରେ ଏପରି ୬ଟି ଘଟଣା ଘଟିଛି  ।