ଟାଙ୍ଗି ଟୋଲଗେଟ୍ ନିକଟରୁ ଜବତ ହେଲା ବସ୍ତା ବସ୍ତା ନୋଟ୍: କାର ଭିତରୁ ମିଳିଲା ୩୦ ଲକ୍ଷ ଟଙ୍କା

23

କଟକ : କାରରୁ ମିଳିଲା ୩୦ ଲକ୍ଷ ଟଂକା । କଟକର ମଙ୍ଗୁଳି ଟୋଲ୍ ଗେଟ୍ ନିକଟରୁ ପୁଲିସ୍ ଏହି ଟଙ୍କା ଜବତ କରିଛି । ୪ ଟି ବସ୍ତାରୁ ମିଳିଛି ୨୯ ଲକ୍ଷ ୫୦ ହଜାର ଟଙ୍କା । କାରରେ ଥିବା ଦୁଇ ଜଣ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସର୍ପିଆ ଅଂଚଳର ମନୋରଂଜନ ଦାସ ଓ କଂସିଆପଡାର ବିଷ୍ଣୁ ସାହୁ ।

ଜବତ ଟଙ୍କା ମଧ୍ୟରେ ରହିଛି ୧୦ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ଯାଏଁ ନୂଆ ନୋଟ୍ । କେବଳ ୧୭ ଲକ୍ଷର ୨ ହଜାର ଟଙ୍କିଆ ନୋଟ୍ ରହିଛି । ସେହିପରି ୬ ଲକ୍ଷର ଶହେ ଟଙ୍କିଆ, ୧ ଲକ୍ଷର କୋଡିଏ ଟଂକିଆ, ୫ ଲକ୍ଷ ୪୫ ହଜାରର ୧୦ ଟଙ୍କିଆ ଏବଂ ୫ ହଜାର ଟଙ୍କାର ଖୁଚୁରା ନୋଟ୍ । ଅଟକ ଥିବା ଦୁଇ ଜଣ କହିଛନ୍ତି ସେମାନେ ଗୁଆ ବ୍ୟବସାୟୀ ।

ଟଙ୍କା ଆଦାୟ ପାଇଁ ସେମାନେ କଟକ ଆସିଥିଲେ ଏବଂ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ଫେରୁଥିଲେ । ତେବେ ପୋଲିସ ଜବତ ଟଙ୍କା ସହ ଦୁଇ ଜଣଙ୍କୁ ଆୟକର ବିଭାଗକୁ ହସ୍ତାନ୍ତର କରିଛି । କାରଟି ବାଲେଶ୍ୱରର ବିଶ୍ୱଜିତ୍ ଦାସଙ୍କ ନାଁରେ ରହିଛି । ତେବେ ପଚରାଉଚରା ବେଳେ ଏମାନେ ଟଙ୍କା କେଉଁଠୁ ଆଣିଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇପାରୁନଥିବା ଆୟକର ବିଭାଗ ଅଧିକାରୀ କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ :