ହୀରାକୁଦ ଡ୍ୟାମର ଖୋଲାଗଲା ଆଉ ୨ଟି ଗେଟ : ୧୬ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ

32

କନକ ବ୍ୟୁରୋ : ବର୍ତମାନ ହୀରାକୁଦରୁ ୧୬ଟି ଗେଟ ନିଷ୍କାସିତ ହେଉଛି ବନ୍ୟା ଜଳ । ଛତିଶଗଡ଼ର ସରାଡ଼ିହି ଓ ସିଉରିନାରାୟଣ ନଦୀରୁ ବ୍ୟାପକ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରିବ । ସେଥିପାଇଁ ହୀରାକୁଦ ଜଳଭଣ୍ଡାରରୁ ଗଚ୍ଛିତ ଥିବା ଜଳକୁ ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଇ ମହାନଦୀକୁ ନିଷ୍କାସିତ କରାଯାଉଛି । ବର୍ତମାନ ମହାନଦୀର ଖଇରମାଲ ନିକଟରେ ୩ଲକ୍ଷ ୫୦ ହଜାର ,ବଡ଼ମୁଲ ଠାରେ ୩ଲକ୍ଷ ୮୧ ହଜାର ଓ ମୁଣ୍ଡଳୀ ଠାରେ ୪ ଲକ୍ଷ ୩୨ ହଜାର ଜଳ ପ୍ରବାହିତ ହେଉଛି। ଗତ ୨୪ ଘଂଟା ଭିତରେ ମହାନଦୀ ଉପର ମୁଣ୍ଡରେ ୪୦ ମିଲି ମିଟର ବର୍ଷା ହୋଇଥିବା ବେଳେ ତଳ ମୁଣ୍ଡରେ ୯ ମିଲି ମିଟର ବର୍ଷାହୋଇଛି । ତଳିଆ ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।