ସହିଦ ଦିବସରେ ସହିଦଙ୍କୁ ସମ୍ମାନ ପାଇଁ ଅଟକି ଯିବ ଓଡିଶା । ଦିନ ୧୧ଟାରେ ୨ ମିନିଟର ନୀରବ ପ୍ରାର୍ଥନା ପାଇଁ ସରକାରଙ୍କ ନିବେଦନ

ସ୍କୁଲ, କଲେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ସଫଳ ହେବା ନେଇ ଆଶା

604

କନକ ବ୍ୟୁରୋ: ଆଜି ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି ଆଉ କିଛି ସମୟ ପରେ ଅର୍ଥାତ ସକାଳ ୧୧ଟାରେ ଅଟକି ଯିବା ପାଇଁ ଚେଷ୍ଟା କରନ୍ତୁ । ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଦୁଇ ମିନିଟ ଅଟକିବ ଓଡିଶା । ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବ । ସହିଦ ଦିବସ ପାଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସକାଳ ୧୧ଟାରୁ ୨ ମିନିଟ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା ଓ ସମ୍ମାନ ପ୍ରଦର୍ଶନ କରାଯିବ । ଯେଉଁ ସ୍ଥାନରେ ସାଇରନ ରହିଛି ସେଠାରେ ଗୋଟିଏ ମିନିଟ ପୂର୍ବରୁ ଅର୍ଥାତ ୧୦ଟା ୫୯ରୁ ୧୧ ଯାଏଁ ସାଇରନ ବାଜିବ । ଏହା ପରେ ୧୧ଟା୦୨ରୁ ଗୋଟିଏ ମିନିଟ ଯାଏଁ ପୁଣି ଥରେ ସାଇରନ ବାଜିବ । ସେହିପରି ସେନା ପକ୍ଷରୁ ଏହି ସମୟରୁ ଗୁଳି ଫୁଟାଇ ସୂଚନା ଦିଆଯାଇପାରିବ । ଯେଉଁଠାରେ ଏହି ବ୍ୟବସ୍ଥା ନାହିଁ ସେଠାରେ ଲୋକେ ନିଜ ବିବେକ ଅନୁସାରେ ଛିଡା ହୋଇ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ।

ସହିଦଙ୍କୁ ସମ୍ମାନ ପାଇଁ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିବେ । ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ବିଭାଗ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ଅବହତ କରାଇବା ଲାଗି ରାଜ୍ୟ ସରକାର ପଦ କ୍ଷେପ ନେବାକୁ କୁହାଯାଇଛି ।