ସହିଦଙ୍କ ପାଇଁ ୨ମିନିଟ୍ ! ବାପୁଙ୍କ ପୁଣ୍ୟ ତିଥି ଅବସରରେ ସହିଦଙ୍କୁ ସମ୍ମାନ

39

କନକ ବ୍ୟୁରୋ: ବାପୁଙ୍କ ପୂଣ୍ୟ ତିଥି ଅବସରରେ ସହିଦଙ୍କୁ ସମ୍ମାନ । ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ ୨ମିନିଟ୍ ନିରବି ଯିବ ସାରା ଦେଶ । ଦିନ ୧୧ଟାରୁ ୨ମିନିଟ୍ ପାଇଁ ସମସ୍ତେ ଛିଡା ହୋଇ ସହିଦଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିବେ । ବିଶେଷ କରି ସରକାରୀ ସ୍କୁଲ, କଲେଜ୍ ଓ ଦପ୍ତରରେ ଏହା ପାଳନ କରାଯିବ ।

ଏଥିପାଇଁ ସକାଳ ୧୦ଟା ୫୯ରେ ସାଇରନ୍ ବାଜିବ । ଅମର ଯବାନଙ୍କ ଏଭଳି ନିଆରା ଢ଼ଙ୍ଗରେ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ, ଏସପି, ବିଭାଗୀୟ ମୁଖ୍ୟ, ସ୍କୁଲ୍, କଲେଜ କର୍ତୁପକ୍ଷଙ୍କୁ ଚିଠି ଲେଖିଥିଲେ ।

ସେହିଭଳି ଗତକାଲି ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ସମ୍ମାନ ଦେବା ପାଇଁ ଆଜି ୨ମିନିଟ୍ ନିରବ ରହିବାକୁ ଆହ୍ୱାନ ଦେଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-