ଜାମ୍ମୁକାଶ୍ମୀର ସୋପୋର ସେକ୍ଟରରେ ଏନକାଉଂଟର ! ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଆତଙ୍କବାଦୀ ମୃତ

19

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ସୋପୋର ସେକ୍ଟରରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଏହି ଆତଙ୍କବାଦୀମାନେ ଗତକାଲି ଏକ ପୁଲିସ ଫୋର୍ସ ଉପରେ ଗ୍ରେନେଡ ମାଡ଼ କରିଥିଲେ ।

ଗ୍ରେନେଡ ମାଡ଼ରେ ୫ ପୁଲିସ କର୍ମୀ ଆହତ ହୋଇଥିଲେ । ତେବେ ନିହତ ହୋଇଥିବା ଆତଙ୍କବାଦୀ ୨ ଜଣ ହେଉଛନ୍ତି ବଶରତ ଅହମଦ ଶେଖ ଓ ଏଜାଜ ଅହମଦ ମୀର । ଗତକାଲି ପାଟ୍ରୋଲିଂ ପାଇଁ ଯାଉଥିବା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଥିଲେ ।