ଜମ୍ମୁ- କଶ୍ମୀର ତ୍ରାଲ ଅଂଚଳରେ ଏନକାଉଂଟର ! ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

30

କନକ ବ୍ୟୁରୋ: ଜମ୍ମୁ- କଶ୍ମୀରରେ ଏନକାଉଂଟରରେ ୨ଆତଙ୍କବାଦୀ ନିହତ । ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି । ଶନିବାର ସକାଳେ ସ୍ଥାନୀୟ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହାପରେ ଆତଙ୍କବାଦୀଙ୍କ ସହ ଗୁଳି ଚାଳନାରେ ୨ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ, ସିଆରପିଏଫ ଓ ପୁଲିସ ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲା ।

ତ୍ରାଲ ଅଂଚଳର ସତୁରା ଗାଁରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଘେରିବାରେ ସଫଳ ହୋଇଥିଲା ସୁରକ୍ଷାକର୍ମୀ । ଏହାପରେ ଆତଙ୍କବାଦୀଙ୍କ ଗୁଳିର କଡା ଜବାବ ଦେଇଥିଲା ସେନା । ଅମରନାଥ ଯାତ୍ରୀଙ୍କୁ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ନିପାତ ପାଇଁ ଜୋରଦାର ଅପରେସନ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଅନନ୍ତନାଗରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଲସ୍କର ଆତଙ୍କବାଦୀ ଇସମାଇଲ ସମେତ ୩ଜଣ ଆତଙ୍କବାଦୀଙ୍କ ସଂପୃକ୍ତି ଥିଲା । ଇସମାଇଲକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରିଛି ସେନା ।