ନୂଆପଡାରେ ପୁଣି ମାଓ କ୍ୟାମ୍ପ ଠାବ : ୨ଟି ରାଇଫଲ, ଗୁଳି, ମାଓପୁସ୍ତିକା ଓ ବିଭିନ୍ନ ମାଓ ସାମଗ୍ରୀ ଜବତ, ପୁଲିସ ଗୁଳିରେ ୨ଜଣ ଗୁରୁତର ଆହତ

34

କନକ ବ୍ୟୁରୋ : ନୂଆପଡାରେ ପୁଣି ମାଓ କ୍ୟାମ୍ପ ଠାବ କରିଛି ସୁରକ୍ଷାବଳ । ବୋଡେନ ବ୍ଲକ୍ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ନିକଟ ଖୋଲିଭିତର ଗାଁ ଜଙ୍ଗଲରେ ଠାବ ହୋଇଛି ଏକ ମାଓ କ୍ୟାମ୍ପ । ସେଠାରୁ ୨ଟି ରାଇଫଲ, ଗୁଳି, ମାଓପୁସ୍ତିକା, ତାର ଓ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି । ମଙ୍ଗଳବାର ଦିନ ଏଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେସନ କରୁଥିବାବେଳେ ଅଚାନକ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ତେବେ ପାଲଟା ଗୁଳିମାଡ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

କିନ୍ତୁ ସେହି ଗାଁର ୨ଜଣ ମିଲିସିଆ ବିଦ୍ୟା ଚିନ୍ଦା ଓ ଚତୁର ଚିନ୍ଦାଙ୍କ ଦେହରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଡିଭିଏଫ୍ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ଯବାନମାନେ ନିଜ ଜୀବନକୁ ବାଜିରେ ଲଗାଇ ୨ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପୋଲିସର ମାନବିକତାକୁ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି ଏସପି ସ୍ମିତ. ପି. ପରମାର । ଏହା ସହିତ ମାଓବାଦୀ ଦମନରେ ପୋଲିସକୁ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଏସପି ।