ଭାରତୀୟ ନୌସେନାରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବାହାରି ଯାଇଛି ନିଯୁକ୍ତି ସୁଯୋଗ,ଏଭଳି ପ୍ରକ୍ରିୟାରେ ଆବେଦନ କରନ୍ତୁ । 

34

ଭାରତୀୟ ନୌସେନା ପକ୍ଷରୁ ଆବେଦନ ପାଇଁ ନୋଟିଫିକେସନ୍ ଜାରୀ କରାଯାଇଛି । ଏଥି ଅନୁଯାୟୀ କାର୍ଯ୍ୟକାରୀ ଶାଖା (ଲଜିଷ୍ଟିକ୍ସ ଏବଂ ଲ କେଡର) ଅଧିକାରୀ ପଦବୀ ପାଇଁ ଭ୍ୟାକେନ୍ସି ବାହାରି ଯାଇଛି । ଉଭୟ ପୁରୁଷ/ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ପଦବୀ ବାହାରିଛି । ସର୍ଟ ସର୍ଭିସ୍ କମିଶନ (ଏସଏସସି) ଅଧିକାରୀ ରୂପରେ ଦିଆଯିବ । ଏହି ଭର୍ତ୍ତିି ପାଇଁ ଅନଲାଇନ୍ ଆବେଦନ ଆଗାମୀ ବର୍ଷ ଜୁଲାଇ ୨୦୧୯ ରୁ ହେବାକୁ ଯାଉଛି । କେରଳର ଭାରତୀୟ ସେନା ଏକାଡେମୀ ,ଏଝିମାଲାରେ ଆରମ୍ଭ ହେବାକୁ ଯାଉଥିବା କୋର୍ସରେ ଆବେଦନ କରିବାକୁ ଚାହାନ୍ତି । ତେବେ ଆପଣଙ୍କୁ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ପଦ ସଂଖ୍ୟା : ୩୫

ପଦ ନାମ : ଏସଏସସି (ଲଜିଷ୍ଟିକ୍ସ) (ଉଭୟ ମହିଳା ଏବଂ ପୁରୁଷ) -୨୦

ଏସଏସସି ଏକ୍ସ (ଆଇଟି) (ପୁରୁଷ)-୧୫

ଏସଏସସି (ଲ)- (ଉଭୟ ମହିଳା ଏବଂ ପୁରୁଷ)-୨

ଯୋଗ୍ୟତା : ଏସଏସସି (ଲଜିଷ୍ଟିକ୍ସ) ଉପଯୁକ୍ତ ପ୍ରାର୍ଥୀ ୬୦ ପ୍ରତିଶତ ମାର୍କ ସହିତ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା ଏସଏସସି ବିଇ/ବିଟେକ୍ ,ଏମବିଏ,ବିଏସସି/ବିକମ୍/ବିଏସସି(ଆଇଟି),ଏମସିଏ,ବି.ଆର୍କିଟେକ୍ଚରର ଡିଗ୍ରୀ ହାସଲ କରିବା ଆବଶ୍ୟକ । ୧୮ ନଭେମ୍ବରରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ସାକ୍ଷାତକାର ବାଙ୍ଗାଲୋର,ଭୋପାଲ,କୋୟଂବଟୁର,ବିଶାଖାପାଟଣା ଏବଂ କଲିକତାରେ ଆୟୋଜିତ ହେବ ।

ଦରମା : ୫୬,୧୦୦ ରୁ ଆରମ୍ଭ କରି ୨,୧୨,୪୦୦ ପର୍ଯ୍ୟନ୍ତ ରହିଛି ।

କିଭଳି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ  www.joinindiannavy.gov.in ୱେବସାଇଟ୍ ରେ ଯାଇ ଆବେଦନ କରିପାରିବେ ।