ପିପିଲି ଜଇସପାଟଣା ଛକ ନିକଟରେ ଦୁର୍ଘଟଣାରେ ୨ ମୃତ । ସେପଟେ ସୋର ୧୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ

26

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ଜଇସପାଟଣା ଛକ ନିକଟରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ ପୁରୀ ଯାଉଥିବା ଏକ ବୋଲେରୋ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହିଭଳି ବାଲେଶ୍ୱର ସୋର ୧୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଛପୁଲିଆ ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଚିକିତ୍ସା ପାଇଁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଡ଼ଲଫିନ ବସଟି ଆସିକାରୁ ପଶ୍ଚିମବଙ୍ଗ ଆସାନସୋଲ ଯାଉଥିବା ବେଳେ ଚକ ଫାଟିଯାଇଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ରାସ୍ତାରେ ଥିବା ଏକ ପୋଲ ବାଡ଼ରେ ବସଟି ଅଟକି ରହିଯାଇଥିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –