ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଜଗାକୁ ଦେଖିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ୍ । ୨ ମୃତ, ୧୦ରୁ ଅଧିକ ଆହତ

40

କନକ ବ୍ୟୁରୋ: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଭଦ୍ରକ ଚରମ୍ପା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତୀର୍ଥଯାତ୍ରୀ ବସ୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି । ଉତର ପ୍ରଦେଶର ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଚରମ୍ପା ଲକ୍ଷ୍ମୀ ମନ୍ଦିର ନିକଟରେ ବାଉଁଶ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ।

ଉତ୍ତର ପ୍ରଦେଶରୁ ଯାତ୍ରୀ ନେଇ ବସଟି ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ବାଉଁଶ ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା। ଫଳରେ ବସ୍ ଡ୍ରାଇଭର୍ ଏବଂ ଜଣେ ତୀର୍ଥଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀଙ୍କ ନାମ ଶିବନାରାୟଣ ମିଶ୍ର ଓ ତାଙ୍କ ଘର ଉତ୍ତର ପ୍ରଦେଶର ରାମନଗର। ଡ୍ରାଇଭର୍ଙ୍କର ପରିଚୟ ମିଳି ପାରିନାହିଁ।

ଖବର ପାଇ ଭଦ୍ରକ ପୁଲିସ ଘଟନାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।