ଆସନ୍ତା ୧୮ରୁ ଯୁକ୍ତ-୨ ଇନଷ୍ଟାଣ୍ଟ ପରୀକ୍ଷା । ୨୭ରୁ ଜୁଲାଇ ୧ ଯାଏ ଚାଲିବ ଫର୍ମ ପୂରଣ

ଲାଇ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା ।

153

କନକ ବ୍ୟୁରୋ: ଜୁଲାଇ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା । ଏଥିପାଇଁ ଆସନ୍ତା ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ ଜୁଲାଇ ୧୮ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

ଅନ୍ୟପକ୍ଷରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଗୁଡିକର ପୁନର୍ମୂଲ୍ୟାୟନ ଓ ପୁନଃଯାଞ୍ଚ ଲାଗି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଜୁଲାଇ ୯ ଭିତରେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ । ମାଲପ୍ରାକ୍ଟିସ ଓ ପରୀକ୍ଷା ଫଳ ସ୍ଥଗିତ ଥିବା ଛାତ୍ରଛାତ୍ରୀ ପୁନଃଯାଞ୍ଚ ଓ ପୁନର୍ମୂଲ୍ୟାୟନ ଲାଗି ଆବେଦନ କରିପାରିବେ ନାହିଁ ।