ଭଂଜନଗର ଠାକୁରାଣୀ ଯାତ୍ରା ମୀନାବଜାରକୁ ନେଇ ଗୋଷ୍ଠୀ ସଂଘର୍ଷ ! ଦୁଇ ଗ୍ରାମବାସୀ ମୁହାଁମୁହିଁ, ଉଭୟ ପକ୍ଷରୁ ୪ ଆହତ

32

କନକ ବ୍ୟୁରୋ: ଭଂଜଗନରର ଠାକୁରାଣୀ ଯାତ୍ରାର ମୀନାବଜାରକୁ ନେଇ ଗୋଷ୍ଠୀ ସଂଘର୍ଷ । ୨ଗ୍ରାମବାସୀ ମୁହାଁମୁହିଁ । ଅଗଝୋଳ ଓ ଚାକୁଣ୍ଡାପଲ୍ଲୀ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗାଁରେ ଉତ୍ତେଜନା ଲାଗିରହିଥିବାରୁ ଉଭୟ ଗାଁରେ ପୁଲିସ ମୁତୟନ କରାଯାଇଛି । ଅଗଝୋଳ ଗାଁର ୨୦ରୁ ଅଧିକ ଯୁବକ ଚାଖୁଣ୍ଡାପଲ୍ଲୀ ଗାଁକୁ ଆସି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

୧୦ଟି ବାଇକ ଭଙ୍ଗାରୁଜା ସହ ପୋଡ଼ାଜଳା କରାଯାଇଥିବା ଅଭିଯୋଗ । ଏଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ପରିସ୍ଥିତି ଅଶାନ୍ତ ରହିଥିବାରୁ ଉଭୟ ଗାଁରେ ପୁଲିସ ମୁତୟନ କରାଯାଇଛି । ଠାକୁରାଣୀ ଯାତ୍ରା ସମୟରେ ଅପେରାକୁ ନେଇ ହୋଇଥିବା ବିବାଦ ଗତକାଲି ଉଗ୍ର ରୂପ ନେଇଥିଲା ।