ରାଜଧାନୀରେ ଦୁଇ ଶିକ୍ଷିତ ଯୁବତୀଙ୍କ ଜଳଖିଆ ଦୋକାନ । ଜଣେ ଜାତୀୟସ୍ତରୀୟ ବେସବଲ ଓ କ୍ରିକେଟ ଖେଳାଳି , ଆଉଜଣେ ଏମବିଏ ପାସ କରି ଶିକ୍ଷୟିତ୍ରୀ , କିନ୍ତୁ କରିଛନ୍ତି ଫାଷ୍ଟପୁଡ ଦୋକାନ

904

କନକ ବ୍ୟୁରୋ : ସ୍ୱାବଲମ୍ବୀ ହେବା ପାଇଁ ଯୁବତୀଙ୍କ ପ୍ରଂଶସନୀୟ ଉଦ୍ୟମ । ଭୁବନେଶ୍ୱର ମଧୁସୂଦନ ନଗର ଭେଣ୍ଡିଂ ଜୋନରେ ଦୁଇ ଶିକ୍ଷିତ ଯୁବତୀ ଖୋଲିଛନ୍ତି ଜଳଖିଆ ଦୋକାନ । ଏମାନେ ଦୁଇଜଣ ହେଲେ ଶୁଭଶ୍ରୀ ଦୀକ୍ଷିତ ଓ ରାଜଲକ୍ଷୀ ସାହୁ । ବ୍ୟାଙ୍କ ଲୋନକୁ ଅପେକ୍ଷା ନ କରି ଖୋଲିଛନ୍ତି ଛୋଟ ଜଳଖିଆ ଦୋକାନ । ଶୁଭଶ୍ରୀ ଜଣେ ଜାତୀୟ ସ୍ତରର ବେସବଲ ଓ କ୍ରିକେଟ ଖେଳାଳି । ସେ ୧୬ଟି ଜାତୀୟ ମ୍ୟାଚରେ ଖେଳିସାରିଛନ୍ତି । ରାଜଲକ୍ଷୀ ସାହୁ ଏମବିଏ ପାସ କରି ଘରୋଇ ଇଂରାଜୀ ସ୍କଲରେ ଶିକ୍ଷକତା କରୁଛନ୍ତି । ସକାଳ ୮ଟାରୁ ୧୨ଟା ଯାଏଁ ଏମାନେ ଦୋକାନ ଖୋଲି ନିଜର ବେପାର କରୁଥିବା ନେଇ ସୂଚନା ମିଳିଛି ।

ତେବେ ସେମାନେ କହିଛନ୍ତି ଯେ, କୌଣସି କାମକୁ ଛୋଟ ଭାବିବା କଥା ନୁହେଁ । ଯେକୌଣସି କାମ କରିବାରେ କିଛି ଅସୁବିଧା ନାହିଁ । ପୂର୍ବରୁ ଆମେ ଜାତୀୟ ସ୍ତରରେ ଖେଳ ଖେଳିଛୁ । ଋଣ ଲାଗି ବ୍ୟାଙ୍କ ଯାଇଥିଲୁ କିନ୍ତୁ ଟଙ୍କା ମିଳିଲାନାହିଁ । ତେଣୁ ଘରୁ ଟଙ୍କା ଆଣି ଯେତିକି ପାରିଛୁ ସେତିକି କରିଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।