ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଲା ବିଗୁଲ ! ମାର୍ଚ୍ଚ ୬ରୁ ଆରମ୍ଭ ହେବ ପରୀକ୍ଷା, ଜାନୁୟାରୀ ୨୫ରୁ ଫେବ୍ରୁଆରୀ ୫ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା

32

କନକ ବ୍ୟୁରୋ : ଆଗକୁ ଆସୁଛି ପରୀକ୍ଷା ଋତୁ । ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଲା ବିଗୁଲ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ମାର୍ଚ୍ଚ ୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୬ରୁ ୨୯ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବାକୁ ଥିବାବେଳେ ଜାନୁଆରୀ ୨୫ରୁ ଫେବୃଆରି ୫ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ ଏବଂ ୭ ତାରିଖ ଦିନ କଳା ବିଭାଗର ଇଂରାଜୀ ବିଷୟରେ ପରୀକ୍ଷା ହେବ । ଯୁକ୍ତ ଦୁଇ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।