ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା ! ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଚାଲିବ ପରୀକ୍ଷା, ଜାଣନ୍ତୁ +୨ ପରୀକ୍ଷା ବାବଦରେ ଟିକିନିକି ତଥ୍ୟ
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା । ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦା ମୂଳକ ଶିକ୍ଷାର ଥିଓରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେବ । ତେବେ ଥିଓରୀ ପୂର୍ବରୁ ସରିବ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୨୮ରୁ ଫେବୃଆରୀ ୮ ମଧ୍ୟରେ ବିଭିନ୍ନ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର: ମାର୍ଚ୍ଚ ୭ରୁ ଆରମ୍ଭ ହେବ +୨ ପରୀକ୍ଷା। ୭ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ସରିବ ପରୀକ୍ଷା। କଳା, ବିଜ୍ଞାନ ଓ ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା। ପୂର୍ବାହ୍ନ ୧୦ଟା ରୁ ଦିନ ଗୋଟାଏ ଯାଏଁ ଚାଲିବ ପରୀକ୍ଷା। #OdishaBoard pic.twitter.com/Gh8GCQMwZK
— Kanak News (@kanak_news) December 13, 2018
ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପ୍ରଥମ ଦିନ ବାଣିଜ୍ୟ ଓ ବିଜ୍ଞାନର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ମାର୍ଚ୍ଚ ୮ ତାରିଖରୁ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।