କେନ୍ଦୁଝର ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଭ୍ରାଟ

33

କେନ୍ଦୁଝର : କେନ୍ଦୁଝର ଧରଣୀଧର ଜୁନିଅର କଲେଜରେ ଚାଲିଥିବା +୨ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖାରେ ବିଭ୍ରାଟ ସୃଷ୍ଟି ହୋଇଛି । ଏହି ୨ଟି ବିଭାଗର କମ୍ପୁଟର ଇଭାଲୁଏସନ ଚାଲିଥିବାବେଳେ ଶନିବାର ଦିନ ପ୍ରାୟ ୧୦ଘଟିକା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ୨ଟି କମ୍ପୁଟର, ୨ଟି ଫ୍ୟାନ ଓ ଗୋଟିଏ ଏସି ପୋଡି ଯାଇଥିଲା । ଫଳରେ କମ୍ପୁଟର ଅଚଳ ଯୋଗୁଁ ଇଭାଲୁଏସନ ଅଧାରୁ ବନ୍ଦ ହୋଇଯାଇଥିଲା । ଶନିବାର ଦିନ ଇଭାଲୁଏସନର ଶେଷ ତାରିଖ ଥିବାବେଳେ ପ୍ରାୟ ୫୦୦ଶହ ଖାତା ଦେଖା ବାକିଥିଲା । ଏନେଇ କଲେଜ କର୍ତୃପକ୍ଷ ନେସ୍କୋ କତୃପକ୍ଷଙ୍କ ସହାୟତା ଲୋଡିଥିଲେବି ନୋସ୍କୋ ପକ୍ଷରୁ ଏହା ତାଙ୍କର କାର୍ଯ୍ୟ ନୁହେଁ ବୋଲି ବୋଲି କୁହାଯûଇଥିଲା । ଫଳରେ ବାଧ୍ୟହୋଇ ଇଭାଲୁଏସନକୁ ସେହିଠାରୁ ବନ୍ଦ କରି ଖାତା ଗୁଡିକୁ କାଉନସିଲକୁ ଫେରାଇ ଦିଆଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ।