ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭ୍ରାଟ ପ୍ରସଙ୍ଗ : ଆଜି ସଚିବାଳୟରେ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ

36

ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭ୍ରାଟ ପ୍ରସଙ୍ଗ । ସମାଧାନ ପାଇଁ ଆଜି ସଚିବାଳୟରେ ବସିବ ଗୁରୁତ୍ୱପୁର୍ଣ୍ଣ  ବୈଠକ । ଅପରାହ୍ନ ୪ଟାରେ ବସିବାକୁ ଥିବା ଏହି ବୈଠକରେ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ଶିକ୍ଷା ସଚିବ ଉପସ୍ଥିତ ରହିବେ ।  ୪୮୮ ଓ ୬୬୨ ବର୍ଗର ଅଧ୍ୟାପକ ସଂଘ ବ୍ଲକଗ୍ରାଂଟ ଉଚ୍ଛେଦ ଓ ପୂଣ୍ଣ ଅନୁଦାନ ଦାବିରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ କରି ଆନେ୍ଦାଳନ ଜାରି ରଖିଛନ୍ତି । ଫଳରେ ଖାତା ଦେଖାରେ ବାଧା ଉପୁଜୁଛି । ଅଳ୍ପ କିଛି ସରକାରୀ ଅଧ୍ୟାପକଙ୍କୁ ନେଇ ଖାତା ଦେଖା କାମ ଚଳାଇଛି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଆବଶ୍ୟକତା ଠାରୁ କମ୍ ଅଧ୍ୟାପକ ଖାତା ଦେଖିବାରୁ ମୂଲ୍ୟାୟନରେ ବିଭ୍ରାଟ ଦେଖାଯିବା ସହ ଫଳ ବାହାରିବାରେ ବିଳମ୍ବ ହେବାର ଆଶଙ୍କା ରହିଛି । ତେବେ ଖାତା ମୂଲ୍ୟାୟନରେ କୌଣସି ପ୍ରକାର ବିଭ୍ରାଟ ହେବନାହିଁ ବୋଲି କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ । ଅଧ୍ୟାପକଙ୍କୁ ଆନେ୍ଦାଳନ ଛାଡି ମୂଲ୍ୟାୟନ କାମରେ ସହଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା ଅଧ୍ୟାପକ ସଂଘ ଆନେ୍ଦାଳନ ଜାରି ରଖିଛନ୍ତି । ଫଳରେ ବିକଳ୍ପ ଚିନ୍ତା କରିବା ପାଇଁ ଆଜି ସଚିବାଳୟରେ ଏକ ମନ୍ତ୍ରୀସ୍ତରୀୟ ଗୁରୁତ୍ୱପୂଣ୍ଣ ବୈଠକ ବସିବ । ସେପଟେ ଯୁକ୍ତ ତିନିର ଅଧ୍ୟାପକମାନେ ଖାତା ଦେଖିବେ ବୋଲି ଏକ ଖୋଲା ଚିଠି ଜାରି କରିଛିି ସିଏଚ୍ଏସ୍ଇ । ମୂଲ୍ୟାୟନରେ ସାମିଲ ହେବା ପାଇଁ ଆନେ୍ଦାଳନରତ ଅଧ୍ୟାପକଙ୍କୁ ନିବେଦନ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ପରିଷଦ । ଆନେ୍ଦାଳନରତ ଅଧ୍ୟାପକଙ୍କ ଦାବି ପୂରଣ ହୋଇଛି । ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।