ଗୋଆ : ପୋଲ ଭୁଷୁଡି ନଦୀରେ ଭାସିଗଲେ ୫୦ଜଣ, ୨ ଜଣଙ୍କ ମୃତଦେହ ଉଦ୍ଧାର

28

କନକ ବ୍ୟୁରୋ : ଗୋଆରେ ଏକ ପୋଲ ଭୁଷୁଡି ୫୦ ଜଣ ନଦୀରେ ଭାସିଯାଇଛନ୍ତି । ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବିଳମ୍ବିତ ରାତି ସୁଦ୍ଧା ୧୫ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୫ଜଣଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି । ଗତକାଲି ଆତ୍ମହତ୍ୟା କରୁଥିବା ଜଣେ ଯୁବକଙ୍କୁ ବଂଚାଇବା ଲାଗି ଉଦ୍ଧାର କାମ ଚାଲିଥିଲା ।

ଆଉ ରେସକ୍ୟୁ ଅପରସେନ ଦେଖିବାକୁ ପୋଲ ଉପରେ ଆଖପାଖ ଅଂଚଳର ଲୋକଙ୍କ ଭିଡ ଲାଗିରହିଥିଲା । ଆଉ ଏହି ସମୟରେ ହଠାତ୍ ପୋଲ ଭୁଷୁଡିପଡିଥିଲା । ଘଟଣା ଗୋଆ ପର୍ତୁଗୀଜର ଜୁଆରୀ ନଦୀରେ ଘଟିଛି । ପୋଲଟି ଛୋଟିଆ ହୋଇଥିବାରୁ ଲୋକଙ୍କ ଭିଡ ଜମିଥିଲା । ବର୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି ।