ବିବାହ ଭୋଜିରୁ ଫେରିବା ବେଳେ ଦୁର୍ଘଟଣା : ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ, ଆଉ ଦୁଇ ଜଣ ଆହତ

25

କଳାହାଣ୍ଡି : ବିବାହ ଭୋଜିରୁ ଫେରିବା ବେଳେ ଦୁର୍ଘଟଣା । ଇନୋଭା ଗାଡି ଗଛରେ ପିଟି ହୋଇ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛି । ଏଇ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରାଜ୍ୟ ରାଜପଥରେ । ଗତକାଲି ବିଳମ୍ବିତ ରାତିରେ କେସିଙ୍ଗା ୨୬ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଏକ ଗଛରେ ପିଟି ହୋଇଥିଲା ବଳରାମ ସୁନାଙ୍କ ଇନୋଭ କାର୍ । ଏଥିରେ ୫୬ ବର୍ଷୀୟ ବାସନ୍ତି ସୁନା ଓ ୧୦ ବର୍ଷର ଝିଅ ପ୍ରଭାସିନୀ ସୁନାଙ୍କର ମୃତ୍ୟୁ ହୋଇଥିବା ବେଳେ ବଳରାମ ସୁନା ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।