ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଲା ଫାଷ୍ଟ କଟ ଅଫ ମାର୍କ : ଆଗରେ ବିଜେବି ଜୁନିୟର କଲେଜ

143

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସିଲା ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳାରେ ବିଜେବିର ସର୍ବାଧିକ କଟ ଅଫ ମାର୍କ ରହିଛି । କଟ ଅଫରେ ସର୍ବାଧିକ ବିଜେବି ଜୁନିୟର କଲେଜର ୯୩ ଦଶମିକ ୧୦ ପ୍ରତିଶତ ଥିବା ବେଳେ ରେଭେନ୍ସାରେ ୯୩ ପ୍ରତିଶତ କଟ ଅଫ ମାର୍କ ରହିଛି । ସେହିଭଳି ନୀଳକଣ୍ଠନଗର ଶିଶୁମନ୍ଦିର ୯୧ ଦଶମିକ ୧୭, ଖଲିକୋଟ ୮୭ ଦଶମିକ ୬୭, ଜେକେବିକେ ୮୬ ଦଶମିକ ୩୩, ରମାଦେବୀ ୮୫ ଦଶମିକ ୮୭, ଶୈଳବାଳା ୮୪ ଦଶମିକ ୩୩, ବାଲେଶ୍ୱର ଫକୀରମୋହନ ଜୁନିୟର କଲେଜ ୮୬ ଦଶମିକ ୧୭, ସମ୍ବଲପୁର ଗଙ୍ଗାଧର ମେହେର କଲେଜର ୮୧ ଦଶମିକ ୭୦, ପୁରୀ ଏସସିଏସ ୭୫ ଦଶମିକ ୫୦, କମଳାନେହେରୁ ୭୩ ଦଶମିକ ୩୩,  ପ୍ରତିଶତ କଟ ଅଫ ମାର୍କ ରଖାଯାଇଛି ।

ସେହିଭଳି ବାଣିଜ୍ୟ କଟ ଅଫରେ ମଧ୍ୟ ବିଜେବି ଆଗରେ ରହିଛି । ରେଭେନ୍ସାରେ କଳା କଟ ଅଫ ୭୯ ଦଶମିକ ୫୦ ପ୍ରତିଶତ ଥିବା ବେଳେ ଶୈଳବାଳାର କଟ ଅଫ ୭୨ ଦଶମିକ ୬୭ ପ୍ରତିଶତ ରହିଛି । ଖଲିକୋଟ ୬୮ ପ୍ରତିଶତ, ରମାଦେବୀ ୬୭ ଦଶମିକ ୬୭, କମଳା ନେହେରୁ ୬୦ ପ୍ରତିଶତ କଟ ଅଫ ମାର୍କ ରଖାଯାଇଛି । ଏହାସହ କଳାରେ ମଧ୍ୟ ବିଜେବି କଲେଜର କଟ ଅଫ ଅଧିକ ରହିଛି । ବିଜେବିର ୭୨ ଦଶମିକ ୬୭ ପ୍ରତଶିତ ଥିବା ବେଳେ ରେଭନ୍ସାରେ ୭୧ ଦଶମିକ ୧୭, ଶୈଳବାଳ ୭୦, ରମାଦେବୀର ୬୮ ଦଶମିକ ୮୩ ଓ ଖଲିକୋଟର ୬୩ ଦଶମିକ ୩୩ ପ୍ରତିଶତ କଟ ଅଫ ମାର୍କ ରହିଛି । ଉଚ୍ଚ ଶିକ୍ଷା ବିଭାଗର ୱେବସାଇଟରେ କଟ ଅଫ ମାର୍କ ଲିଷ୍ଟ ଉପଲବ୍ଧ ହେଉଛି ।