ଆସିଲା ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ! ବିଜ୍ଞାନରେ ରେଭେନ୍ସା,ବାଣିଜ୍ୟ ଓ କଳାରେ ବିଜେବି ଆଗରେ

28

କନକ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ । ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜର କଟ୍ ଅଫ୍ ମାର୍କ ସବୁଠାରୁ ଅଧିକ ରହିଛି । ସେହିଭଳି କଳା ଓ ବାଣିଜ୍ୟରେ ବିଜେପି କଲେଜ ସବୁଠାରୁ ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସା ୯୧ ଦଶମିକ ୩୩ ପ୍ରତିଶତ କଟ୍ ଅଫ୍ ମାର୍କ ଥିବାବେଳେ ବିଜେବି ୯୧ ଦଶମିକ ୨୦ ପ୍ରତିଶତ ରହିଛି ।

ସେହିଭଳି ଏଫଏମ କଲେଜ ୮୬ ଦଶମିକ ୧୭ ପ୍ରତିଶତ. ଖଲ୍ଲିକୋଟ ୮୫ ଦଶମିକ ୬୭ ପ୍ରତିଶତ, ରମାଦେବୀ ୮୪ ପ୍ରତିଶତ, ଶୈଳବାଳା ୮୩ ଦଶମିକ ୩୩ ପ୍ରତିଶତ, ଜେକେବିକେ ୮୫ ଦଶମିକ ୫୦ ପ୍ରତିଶତ ଓ ପୁରୀ ଏସସିଏସ କଲେଜ ୭୪ ପ୍ରତିଶତ କଟ୍ ଅଫ ମାର୍କ ରହିଛି ।

ବାଣିଜ୍ୟରେ କଟ୍ ଅଫ୍ ମାର୍କରେ ସର୍ବାଧିକ ବିଜେବି କଲେଜ ୮୧ ପ୍ରତିଶତ, ରେଭେନ୍ସା ୭୭ ଦଶମିକ ୯୦ ପ୍ରତିଶତ, ଶୈଳବାଳା ୭୪ ଦଶମିକ ୬୭ ପ୍ରତିଶତ, ରମାଦେବୀ ୬୬ ଦଶମିକ ୫୦ ପ୍ରତିଶତ, ଖଲ୍ଲିକୋଟ ୬୪ ଦଶମିକ ୫୦ ପ୍ରତିଶତ ଓ ଏଫଏମ କଲେଜରେ ୫୨ ଦଶମିକ ୬୭ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । କଳାରେ ମଧ୍ୟ ବିଜେବି ସର୍ବାଧିକ ୭୪ ଦଶମିକ ୬୭ ପ୍ରତିଶତ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –