ଦୁଷ୍କର୍ମ ଘଟଣାରେ ଦୁଇଦିନର ତୁମ୍ବିତୋଫାନ ପରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି ! ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ଦେଶବାସୀଙ୍କୁ ଦେଲେ ଆଶ୍ୱସନା

31

ଉତର ପ୍ରଦେଶର ଉନାଓ ଏବଂ ଜାମ୍ମୁ-କାଶ୍ମୀରର କାଠୁଆରେ ଦୁଇଟି ବଳାକ୍ରାର ଘଟଣାରେ ଦୁଇ ଦିନର ତମ୍ବିତୋଫାନ ପରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୋଷୀ ଦଣ୍ଡ ପାଇବେ ବୋଲି ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥିସହ ଦେଶର ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ରୋକିବା ଲାଗି ସମାଜରେ ପରିବର୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ପିଲାଙ୍କ ଭିତରେ ସାମାଜିକ ମୂଲ୍ୟ ବୃଦ୍ଧି କରିବା ଦାୟିତ୍ୱ ବାପା ମାଆଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ମେହବୁବା ମୁଫତି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଦୁଇ ବିଜେପି ମନ୍ତ୍ରୀ । ଶିଳ୍ପମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲାଲ ସିଂ ନିଜନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଭିଯୋଗ ଅନୁସାରେ କାଠୁଆ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ ସାଂଝୀ ରାମ ସପକ୍ଷରେ ହିନ୍ଦୁ ଏକତା ମଂଚ ବାହାର କରିଥିବା ରାଲିର ନେତୃତ୍ୱ ନେଇଥିଲେ ବିଜେପିର ଏହି ଦୁଇ ମନ୍ତ୍ରୀ । ସେପଟେ ଜଣେ ୮ ବର୍ଷର ଝିଅକୁ ଗଣବଳାକ୍ରାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା ଜିଲ୍ଲା ବାର୍ ଆସୋସିଏସନ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ସେହିପରି ଉତରପ୍ରଦେଶର ଉନାଓରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବିଜେପି ବିଧାୟକଙ୍କୁ ଗିରଫ କରାଯାଇଛି ।