ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ବହୁପ୍ରତୀକ୍ଷିତ ୨.୦ ସିନେମାର ଟିଜର୍ ଏବଂ ତାରିଖକୁ ଟ୍ୱିଟରରେ ସେୟାର୍ କଲେ ଖିଲାଡି କୁମାର ! ଦେଖନ୍ତୁ ଭିଡିଓ

177

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇ ସାରିଛି । ଅକ୍ଷୟ ଏବଂ ରଜନୀକାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଯେଉଁ ଆଶା ଥିଲା ତାହା ପୂରଣ ହେବା ଭଳି ମନେ ହେଉଛି । କାରଣ ଏହାର ଟ୍ରେଲରକୁ ନେଇ ସସପେନ୍ସ ଜାରି ରହିଥିଲା । କିନ୍ତୁ ୩ ଦିନ ପୂର୍ବରୁ ଅକ୍ଷୟ ଟ୍ରେଲରର ରିଲିଜ ଡେଟ ବିଷୟରେ କହି ଲୋକଙ୍କ ଉତ୍ସାହ ଅଧିକ ବଢାଇ ଦେଇଥିଲେ ।


 

ଟ୍ରେଲରରେ ଅକ୍ଷୟଙ୍କୁ ଭିଲେନ ଭାବରେ ଦେଖିବାକୁ ମିଳିଛି । ଏହା ଅକ୍ଷୟଙ୍କ ପ୍ରଥମ ତାମିଲ ଫିଲ୍ମ ।ଅକ୍ଷୟ ଭିଲେନ ଏବଂ ରଜନୀକାନ୍ତ ହିରୋ ଭାବରେ ନଜର ଆସିବେ । ଫିଲ୍ମର ଗୀତକୁ କମ୍ପୋଜ କରିଛନ୍ତି ଏ.ଆର,ରେହମନ । ଭିଡ଼ିଓରେ ଦୁଇ ଜଣଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । କୁହାଯାଉଛି ଏହା ଭାରତର ସବୁଠାରୁ ମହଙ୍ଗା ଫିଲ୍ମ । ଯଦିଓ ହିରୋ ଭାବରେ ରଜନୀକାନ୍ତ ନଜର ଆସିଛନ୍ତି ତଥାପି ଅକ୍ଷୟଙ୍କୁ ଭିଲେନ ଭାବରେ ଖୁବ ପସନ୍ଦ କରାଯାଉଛି । ଫିଲ୍ମରେ ବିଏଫଏକ୍ସରେ ଖୁବ କାମ କରାଯାଇଛି । ଯାହାକୁ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମରେ ଏମି ଜାକସନଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ । ଏହା ରୋବର୍ଟ ଫିଲ୍ମର ସିକ୍ୱେଲ ।