ବହୁପ୍ରତିକ୍ଷିତ ସିନେମା ‘୨.୦’ର ଟିଜର ରିଲିଜ ଉନ୍ମୋଚନ କରିବା ତାରିଖ ଘୋଷଣା କରାଯାଇଛି । ତାମିଲ ନୁଆବର୍ଷ ଏପ୍ରିଲ ୧୪ ରେ ଏହି ସିନେମାର ଟିଜର ଉନ୍ମୋଚନ କରାଯିବ ହେବ ବୋଲି ଜଣାପଡିଛି । ଏହି ସିନେମାର ଡାଇରେକ୍ଟର ଓ ଏଡିଟର ଏହାର ଟିଜର ପ୍ରସ୍ତୁତ କରିବାକୁ ଲାଗି ପଡିଛନ୍ତି । ତେବେ ଏହି ସିନେମାରେ ମୁଖ୍ୟ ଭୂମିକାରେ ରଜନୀକାନ୍ତଅକ୍ଷୟକୁମାର ନଜର ଆସିବେ ।

ଏହା ଏକ ସାଇନ୍ସ ଫିକ୍ସନ ସିନେମା ହୋଇଥିବା ବେଳେ ଏଥିରେ ଥ୍ରୀଡି କ୍ୟାମେରାର ବ୍ୟବହାର ହୋଇଥିବା ମଧ୍ୟ ଜଣାପଡିଛି । ଏହି ସିନେମାର ବଜେଟ ୩୫୦ କୋଟିରୁ ଅଧିକ ରହିଛି । ଖାଲି ସେତିକି ନୁହେଁ ତେଲୁଗୁ , ତାମିଲ ଓ ହିନ୍ଦି ଭାଷାରେ ମଧ୍ୟ ଏହି ସିନେମାଟି ପରଦାକୁ ଆସିବ । ତେବେ ଏହି ସିନେମାଟିରେ ନାୟିକା ଭୂମିକାରେ ଆମି ଜାକ୍ସନ ନଜର ଆସିବେ ।