ମହିଳା ହକି ବିଶ୍ୱକପରେ ଭାରତକୁ ସଫଳତା ! ଇଟାଲୀକୁ ୩-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ ।

39

କନକ ନ୍ୟୁଜ୍ : ଲଣ୍ଡନରେ ଚାଲିଥିବା ମହିଳା ହକି ବିଶ୍ୱକପରେ ଜଲୱା ଦେଖାଇଲା ଭାରତ । ଇଟାଲିକୁ ୩-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ମ୍ୟାଚ୍ର ୯ ମିନିଟ୍ରେ ଭାରତ ପକ୍ଷରୁ ଲାଲରେମସିୟାମି ପ୍ରଥମ ଗୋଲ୍ ଦେଇଥିଲେ । ପରେ ୪୫ ମିନିଟ୍ରେ ନେହା ଗୋୟଲ ଓ ୫୫ ମିନିଟ୍ରେ ବନ୍ଦନା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ପୁଲ୍-ବି’ର ତୃତୀୟ ସ୍ଥାନରେ ରହି ପ୍ଲେ ଅଫ୍ ହୋଇଥିବା ଭାରତ ପାଇଁ ଏହା ଥିଲା କର ବା ମର ମ୍ୟାଚ୍ ।

ତେବେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତୀୟ ମହିଳା ହକି ଦଳ ଇଟାଲିକୁ ମାତ୍ ଦେବାରେ ସଫଳ ହୋଇଛି । ଆସନ୍ତାକାଲି ଆୟର୍ଲାଣ୍ଡ ବିପକ୍ଷରେ କ୍ୱାର୍ଟର ଫାଇନାଲ ଖେଳିବ ଭାରତ । ତେଣୁ ସେମିଫାଇନାଲକୁ ଯିବା ପାଇଁ ଭାରତୀୟ ମହିଳା ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ସେପଟେ ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଟେଷ୍ଟ । ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଜିଠାରୁ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ । ଇଂଲଣ୍ଡର ଏଜବାଷ୍ଟନରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍ । ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜାଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହାୟତାରେ ଇଂଲିଶ୍ ବ୍ୟାଟସମ୍ୟାନ୍ଙ୍କୁ ବାନ୍ଧିବାକୁ ଆଶା ରଖିଛି ଭାରତ । ଏହି ୫ ଟିକିଆ ଟେଷ୍ଟ ସିରିଜ୍ ଉପରେ ବିଶ୍ୱ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ତେଣୁ ପ୍ରଥମ ଟେଷ୍ଟ ଜିତି ବିରାଟବାହିନୀ ସିରିଜ୍ ଉପରେ କବ୍ଚା କରିବାକୁ ଆଶା ବାନ୍ଧିଛି