ଏହି ୮ ଟି କାରଣ ଯୋଗୁଁ ଅଧିକ ଦିନ ବଚିଂବା ସହ ଯୁବା ଦେଖାଯାନ୍ତି ଜାପାନ ଲୋକ ! ଚାହିଁବେ ଯଦି ଆପଣ ମଧ୍ୟ ଏହି ଅଭ୍ୟାସକୁ ଆପଣାଇପାରିବେ ।

4,795

ଜାପାନର କେନ୍ ତନାକା ଦୁନିଆର ସବୁଠାରୁ ବୃଦ୍ଧା ମହିଳା ଅଟନ୍ତି ଏବଂ ମସାଜୋ ନୋନାକା ସବୁଠାରୁ ବୃଦ୍ଧ ପୁରୁଷ ଅଟନ୍ତି । କେନଙ୍କ ବୟସ ୧୧୫ ହୋଇଥିବା ବେଳେ ମସାଜୋ ୧୧୩ । ଗିନିଜ୍ ବୁକ୍ ରେକର୍ଡରେ ଦୁହିଁଙ୍କ ନାଁ ବିଶ୍ୱର ବୃଦ୍ଧ ମହିଳା ଏବଂ ପୁରୁଷ ତାଲିକାରେ ରହିଛି । ଆପଣଙ୍କୁ କହିରଖୁଛୁ ଦୁହେଁ ଜାପାନର ହିଁ ବାସିନ୍ଦା ଅଟନ୍ତି । ଜାପାନରେ ଅଧିକାଂଶ ଲୋକ ୧୦୦ ବର୍ଷରୁ ଅଧିକ ବର୍ଷ ବଞ୍ଚିଥାନ୍ତି । ଅନ୍ୟ ଦେଶ ତୁଳନାରେ ଏଠାରେ ଲୋକଙ୍କୁ କମ୍ ରୋଗ ହୋଇଥାଏ । ଏହାର ବଡ କାରଣ ହେଉଛି ତାଙ୍କ ଜୀବନଶୈଳୀ । ତେବେ ଆସନ୍ତୁ ଆଜି ଜାଣିବା ଯେ ଜାପାନୀ ଲୋକ ଏମିତି କଣ କରନ୍ତି ଯେ ଅଧିକ ଦିନ ବଞ୍ôଚବା ସହ ଯୁବା ଭଳି ଦେଖାଯାନ୍ତି ।

୧ . ସ୍ପେଶାଲ୍ ଚା : ଜାପାନୀ ଲୋକ କଫି ବଦଳରେ ଏକ ସ୍ପେଶାଲ୍ ଚା ପିଇଥାନ୍ତି ଏବଂ ଦିନକୁ ଅଧିକଥର ପିଇଥାନ୍ତି । ଏହା କୌଣସି ମାମୁଲି ଚା ନୁହଁ ଏଥିରେ ଆଣ୍ଟିଅକ୍ସିଡେଣ୍ଟସ୍ ମାତ୍ରା ଥାଏ ଯାହା ରୋଗକୁ ରୋକିବା ସହ ମୁହଁରେ ବୟସର ଛାପ ଆଣିବାକୁ ଦେଇନଥାଏ । ଏହି ଚା ଏକ ଖାସ୍ ପାଉଡରରେ ପ୍ରସ୍ତୁତ ହୋଇଥାଏ ଯାହାକୁ ‘ମାକା’ କୁହାଯାଏ । ଯାହାକୁ ବିଶେଷ ପତ୍ରରେ ପ୍ରସ୍ତୁତ କରାଯାଇଥାଏ ।

୨ . ସଫାସୁତୁରା : ଜାପାନୀ ଲୋକମାନେ ଶୀତ ହେଉ କି ଖରା ଦିନରେ ଦୁଇଥର ଗାଧୋଇଥାନ୍ତି । ଏହାଛଡା ଏଠାରେ ଲୋକମାନେ ଅଳିଆ ଆବର୍ଜନାକୁ ବି ପସନ୍ଦ କରନ୍ତି ନାହିଁ । ସୁସ୍ଥ ପରିବେଶ କାରଣରୁ ମଧ୍ୟ ଏଠାକାର ଲୋକ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ôଚଥାନ୍ତି ।

୩ . ଘର ଅପେକ୍ଷା ଅଧିକାଂଶ ସମୟ ବାହାରେ ବିତାନ୍ତି : ଜାପାନୀ ଲୋକମାନେ ଲୋକଙ୍କ ସହ କ୍ୱାଲିଟି ସମୟ ଦେବା ପାଇଁ ଅଧିକ ଚେଷ୍ଟା କରିଥାନ୍ତି । ତେଣୁ ଘରେ କମ୍ ସମୟ ରହି ବାହାରେ ଅଧିକ ସମୟ ବିତାନ୍ତି ଏଥିଯୋଗୁଁ ତାଙ୍କ ଘର ମଧ୍ୟ ଛୋଟ ହୋଇଥାଏ । ଏହାଦ୍ୱାରା ସେମାନେ ଖୁସି ମଧ୍ୟ ହୋଇଥାନ୍ତି ଏବଂ ଖୁସିଜୀବନ ତାଙ୍କୁ ଅଧିକ ଦିନ ଜୀବିତ ଏବଂ ଯୁବା ରଖିବାରେ ସାହାଯ୍ୟ କରେ ।

୪ . ଫିଟନେସ ମନ୍ତ୍ର : ଖାଦ୍ୟ ଅପେକ୍ଷା ଏଠାକାର ଲୋକଙ୍କ ମୁଖ୍ୟ ଲକ୍ଷ ଫିଟ୍ ରହିବା ହୋଇଥାଏ । ତେଣୁ ଏଠାକାର ଲୋକ ଖୁବ୍ କମ୍ ବସିଥାନ୍ତି । କାମ କଲା ସମୟରେ ଠିଆ ହୋଇ କାମ କରନ୍ତି ଅଥବା ଚଲାବୁଲା କରନ୍ତି । ଯାହା ତାଙ୍କୁ ଫିଟ୍ ରଖିଥାଏ ।

୫ . ଦିନର ଆରମ୍ଭ ସକାଳୁ ରେଡିଓ ଟେସୋ ଶୁଣ କରିବା : ରେଡିଓ ଟେସୋ ଏକପ୍ରକାରର ବ୍ୟାୟାମ ହୋଇଥାଏ । ଯାହା ସକାଳୁ ଜାପାନ ରେଡିଓ ଷ୍ଟେସନରେ ବାଜିଥାଏ । ଏହି ଶବ୍ଦ ଏବଂ ସ୍ୱରକୁ ଶୁଣି ଜାପାନୀ ଲୋକ ବ୍ୟାୟାମ କରିଥାନ୍ତ ଏବଂ ଫିଟ୍ ରହିଥାନ୍ତି । ଏହା ଏକ ପାରମ୍ପରିକ ବ୍ୟାୟାମ ଭଳି ହୋଇଥାଏ ଯାହାକୁ ସବୁ ଲୋକ ଫଲୋ କରନ୍ତି ।

୬ . ଖାସ୍ ପ୍ରକ୍ରିୟାରେ ପ୍ରସ୍ତୁତ କରନ୍ତି ଖାଦ୍ୟ : ଜାପାନୀ ଲୋକଙ୍କ ଖାଦ୍ୟ ପ୍ରସ୍ତୁତ କରିବା ତରିକା ମଧ୍ୟ ଭିନ୍ନ ହୋଇଥାଏ । ବାଷ୍ପରେ ପ୍ରସ୍ତୁତ ଖାଦ୍ୟ,ସିଝା ଖାଦ୍ୟ,ହାଲୁକା ଫ୍ରାଏ,ଅଳ୍ପ ଆଞ୍ଚ୍ ରେ ଥିବା ଖାଦ୍ୟ ଖାଇବାକୁ ଏଠାକାର ଲୋକ ଖୁବ୍ ପସନ୍ଦ କରନ୍ତି । ଖାଦ୍ୟରେ ତେଲ,ମସାଲାର କମ୍ ପ୍ରୟୋଗ ଏବଂ ଅଧିକ ତାଜା ପରିବା ରୋଷେଇ କରି ଖାଉଥିବାରୁ ତାଙ୍କୁ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ ।

୭ . ଛୋଟ ପ୍ଲେଟର ବ୍ୟବହାର : ଖାଦ୍ୟ କମ୍ ଖାଇବା ଏବଂ ଚର୍ବି ନ ବଢିବା ପାଇଁ ଜାପାନରେ ପ୍ରତ୍ୟେକଙ୍କ ଘରେ ଛୋଟ ପ୍ଲେଟ,ବାଉଲ୍ ଏବଂ ଚପଷ୍ଟିକ୍ ର ବ୍ୟବହାର ହୋଇଥାଏ । ଏଠାରେ ଖାଦ୍ୟ ମଧ୍ୟ କମ୍ ପରଷା ଯାଇଥାଏ ।

୮ . ତଟକା ଖାଦ୍ୟ : ଏଠାରେ ତାଜା ଏବଂ ସବୁଜ ପରିବା ହିଁ ଖାଦ୍ୟରେ ବ୍ୟବହାର କଲେ । ଡାଏଟ୍ ରେ ଚୁନାମାଛକୁ ଅଧିକ ଖିଆଯାଇଥାଏ । ତେଣୁ ଏଠାକାର ଲୋକ ଅଧିକ ଦିନ ବଞ୍ôଚବା ସହ ଯୁବା ମଧ୍ୟ ଦେଖାଯାନ୍ତି ।