ଦ୍ୱିପ୍ରହର ସମୟରେ ନିଘୋଟ ନିଦରେ ଶୋଉଛନ୍ତି କି ? ହୁସିଆର, ଶରୀର ପାଇଁ ଆଣିପାରେ ବିଭିନ୍ନ ସଂକଟ ।

911

ଯଦି ଆପଣଙ୍କୁ ପ୍ରତିଦିନ ଦ୍ୱିପ୍ରହରରେ ନିଦ ଲାଗିଥାଏ ତେବେ ଆପଣ ଏଲ୍ଟସାଇମର୍ଜ (ଭୁଲାପଣ)ନାମକ ଏକ ଡିଜିଜରେ ପୀଡିତ ହୋଇପାରନ୍ତି । ଏକ ଗବେଷଣାରୁ ଏହା ଜଣାପଡିଛି । ଆମେରିକାର ଜନ୍ ହାମ୍ପିକସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ନିକଟରେ ଏକ ଗବେଷଣା ଆରମ୍ଭ କରିଥିଲେ । ତାଙ୍କ ମତରେ ଯେଉଁମାନେ ଦିନବେଳା ଶୋଇବାକୁ ପ୍ରାଧାନ୍ୟ ଦେଇଥାନ୍ତି ସେମାନଙ୍କୁ ଭୁଲାପଣର ରୋଗ ହେବାର ଅଧିକ ଚାନ୍ସ ଥାଏ ।

ଏହି ଗବେଷଣା କିଛି ବୟସ୍କ ବ୍ୟକ୍ତିଙ୍କୁ ନେଇ ହୋଇଥିଲା ଯେଉଁଥିରୁ ନୀରିକ୍ଷଣ କରାଗଲା ଏବଂ ଏହି ଗବେଷଣାରୁ ଜାଣିବାକୁ ମିଳିଲା ଯେ ଯେଉଁ ଲୋକମାନଙ୍କୁ ଦିନବେଳା ଶୋଇବା ଅଭ୍ୟାସ ଅଛି ସେମାନଙ୍କୁ ଏଲ୍ଟସାଇମର୍ଜ ଡିଜିଜ୍ ହେବାର ବିପଦ ୩ ଗୁଣା ଅଧିକ ବଢିଯାଇଥିଲା । ଏଭଳି ଲୋକମାନଙ୍କ ମସ୍ତିଷ୍କରେ ବିଟା ଅମାୟଲାଇଡ୍ ନାମକ ଏକ ପ୍ରୋଟିନ୍ ଦେଖିବାକୁ ମିଳିଥିଲା । ଏହି ପ୍ରୋଟିନ୍ ଏଲ୍ଟସାଇମର୍ଜ ଡିଜିଜ୍ ର ପରିଚୟ ଅଟେ । ହୃଦରୋଗ ଏବଂ କର୍ଳଟଠାରୁ ଦ୍ରୁତ ବେଗରେ ବଢୁଛି ଭୁଲାପଣ ରୋଗ । ତେବେ କମ୍ ନିଦ ହେଲେ ମଧ୍ୟ ଭୁଲାପଣ ରୋଗ ହେବାର ସମ୍ଭାବନା ବଢିଯାଏ ।