ଘର କାମ ହେଉ କିମ୍ବା ଫୋନକୁ ଗୁରୁତ୍ୱ ଦେଇ ଆମେ ରାତ୍ରି ବିଛଣାକୁ ଯିବାରେ ଡେରି କରିଥାନ୍ତି । ଆପଣ କେବେ ଭାବିଛନ୍ତି କି ବିଳମ୍ବ ଯାଏଁ ଶୋଇବା ଶରୀର ପ୍ରତି କେତେ କ୍ଷତିକାରକ ହୋଇପାରେ । ଏନେଇ ଅନେକ ସର୍ବେକ୍ଷଣ ମଧ୍ୟ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଆଠ କିମ୍ବା ନଅ ଘଣ୍ଟାରୁ ଅଧିକ ସମୟ ଶୋଇବା ଉଚିତ ନୁହଁ । ଏଥିରୁ ଅଧିକ ଶୋଇବା ଦ୍ୱାରା ଅଳସୁଆ ଲାଗେ । ଆସନ୍ତୁ ଜାଣିବା ଅଧିକ ସମୟ ବା ବିଳମ୍ବ ଯାଏ ଶୋଇଲେ କ’ଣ କ୍ଷତି ହୋଇପାରେ ।– ସିଡନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଳମ୍ବରେ ଉଠିଲେ ଆୟୁଷ କମିଯାଏ ।
– ୯ ଘଣ୍ଟାରୁ ଅଧିକ ଶୋଇଥିବା ବ୍ୟକ୍ତିଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ଶୋଇଲେ ଟାଇପ ୨ ଡାଇବେଟିସର ସମ୍ଭାବନା ମଧ୍ୟ ଅଧିକ ବଢିଯାଏ । ଏହାସହ ମସ୍ତିସ୍କ ମଧ୍ୟ ଅସମୟରେ ବୁଢା ହେଇିଯାଏ ।
– ସର୍ବେକ୍ଷଣ ଅନୁସାରେ ଯେଉଁମାନେ ଦରକାର ଠାରୁ ଅଧିକ ଶୁଅନ୍ତି,ସେମାନେ ବହୁତ ଶୀଘ୍ର ବିଷାଦର ଶିକାର ହୋଇଯାଆନ୍ତି ।
– ସବୁଠାରୁ ଗରୁତ୍ୱପୁର୍ଣ୍ଣ କଥା ହେଲା ବିଳମ୍ବ ଯାଏଁ ଶୋଇଲେ ଆଖି ତଳ କଳା ପଡିବାର ମଧ୍ୟ ସମ୍ଭାବନା ରହିଥାଏ ।