ମୃତ ସଂପର୍କୀୟଙ୍କ ପାନ୍ କାର୍ଡର ହୋଇପାରେ ଅପବ୍ୟବହାର ! ତୁରନ୍ତ କରନ୍ତୁ ରଦ୍ଦ, ପାନ୍ କାର୍ଡକୁ ରଦ୍ଦ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

53

ଆର୍ଥୀକ ଗତିବିଧିକୁ ସନ୍ତୁଳିତ ରଖିବା ପାଇଁ ପାନ୍ କାର୍ଡର ଆବଶ୍ୟକତା ରହିଛି । ସେ ବ୍ୟାଙ୍କରେ ଖାତା ଖୋଲିବାକୁ ହେଉ, ପୋଷ୍ଟ୍ ଅଫିସରେ ଖାତା ଖୋଲିବାକୁ ହେଉ କିମ୍ବା ଆଇଟିଆର ଜମା କରିବା ଭଳି କାର୍ଯ୍ୟ ହେଉ ସବୁ ସ୍ଥାନରେ ପାନ୍ କାର୍ଡର ଆବଶ୍ୟକତା ରହିଛି । ଜଣେ ବ୍ୟକ୍ତି ପାଇଁ ପାନ୍ କାର୍ଡ ଥିବା ଯେତିକି ଜରୁରୀ ଉକ୍ତ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ପାନ୍ କାର୍ଡ ରଦ୍ଦ କରିବା ସେତିକି ଜରୁରୀ । ଆଜି ଆମେ ଆପଣଙ୍କୁ ପାନ୍ କାର୍ଡ ରଦ୍ଦ କରିବା ପ୍ରକ୍ରିୟା ବିଷୟରେ କହିବାକୁ ଯାଉଛୁୁ ।

ଆଇନ୍ ଅନୁସାରେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ତଥା ସଂପର୍କୀୟ ପାନ୍ କାର୍ଡ ରଦ୍ଦ କରିବା ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆୟକର ବିଭାଗରେ ଆବେଦନ କରିବାକୁ ପଡିଥାଏ । ଯଦି ମୃତବ୍ୟକ୍ତି ଟାକ୍ସ ପେୟର୍ ଥିବେ ତେବେ ଉତ୍ତରାଧିକାରୀ କିମ୍ବା ଆବେଦନ ଦେଉଥିବା ବ୍ୟକ୍ତିଙ୍କୁ ଇନକମ୍ ଟ୍ୟାକ୍ସରେ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବ । ଆଉ ଏକ କଥାର ଧ୍ୟାନ ରଖିବା ନିହାତି ଜରୁରୀ ଯେଉଁ ବ୍ୟକ୍ତିଙ୍କ ପାନ୍ କାର୍ଡ ରଦ୍ଦ କରିବାର ଅଛି ଉକ୍ତ ବ୍ୟକ୍ତିଙ୍କ ଟ୍ୟାକ୍ସ ପଇଠ କରିବା ପାଇଁ ତାଙ୍କ ପଇସାକୁ ହିଁ ବ୍ୟବହାର କରିବାକୁ ପଡିବ । ସେଥିପାଇଁ ପାନ୍ କାର୍ଡ ରଦ୍ଦ ପାଇଁ ଆବେଦନ କରିବା ପୂର୍ବରୁ ଏହି ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ପାନ୍ କାର୍ଡ ରଦ୍ଦ କରିବା ପାଇଁ ବ୍ୟକ୍ତିଙ୍କ ଜୀବିତ ଦିନ ଠାରୁ ମୃତ୍ୟୁ ଦିବସ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେବାକୁ ପଡିବ । ଏଥିପାଇଁ ଉତ୍ତରାଧିକାରୀଙ୍କ ସାର୍ଟିଫିକେଟ୍ ,ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଆବେଦନ ସହ ଦେବାକୁ ପଡିଥାଏ । ଏହାସହ ନୋଟରୀର ଶପଥପତ୍ର ମଧ୍ୟ ଦେବାକୁ ପଡିଥାଏ । ଏହି କାମ ଅନଲାଇନ୍ ଏବଂ ଅଫ୍ଲାଇନ୍ ଦୁଇଟି ପ୍ରକ୍ରିୟାରେ କରିପାରିବେ । ବଳକା ଟାକ୍ସ ଏବଂ ରିଟର୍ଣ୍ଣ ଦେବା ପରେ ଏସେସମେଣ୍ଟ ଅଫିସରଙ୍କ ପାନ୍ କାର୍ଡ ରଦ୍ଦ କରିବା ପାଇଁ ଲିଖିତ ଆବେଦନ ଦେବାକୁ ପଡିବ । ଏହି ଆବେଦନର ଜାଞ୍ଚ୍ ପରେ ପାନ୍ କାର୍ଡକୁ ରଦ୍ଦ କରାଯିବ । ପାନ୍ କାର୍ଡ ରଦ୍ଦ କରିବାର ଆବେଦନ ପତ୍ର ଆୟକର ସଂପର୍କ କେନ୍ଦ୍ରରେ ମଧ୍ୟ ଦିଆଯାଇପାରିବ ।