ଆଜି ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ପୂଣ୍ୟତିଥୀ ! ଇତ୍ୟ ଅବସରରେ ରାହୁଲ ଗାନ୍ଧି ପିତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜ୍ଞାପନ କଲେ । 

56

ଆଜି ହେଉଛି ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କ ପୂଣ୍ୟତିଥୀ । ତାଙ୍କ ଧର୍ମପତ୍ନୀ ତଥା କଂଗ୍ରେସର ପୂର୍ବ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ବୀରଭୂମି ଯାଇ ସ୍ୱର୍ଗୀୟ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୋନିଆ ଗାନ୍ଧିଙ୍କ ସମେତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ରାହୁଲ ଗାନ୍ଧି,ପ୍ରିୟଙ୍କା ଗାନ୍ଧି,ରବର୍ଟ ୱାଡା ଏବଂ ରାଷ୍ଟ୍ରପତୀ ପ୍ରଣବ ମୁଖାର୍ଜୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପିତାଙ୍କ ପୂଣ୍ୟତିଥୀ ଅବସରରେ ଟ୍ୱିଟରରେ ଟ୍ୱିଟ୍ କରି ପିତାଙ୍କ ଆଦର୍ଶ ବିଷୟରେ ମନେ ପକାଇଥିବା କହିଥିଲେ । ସେ ଟ୍ୱିଟରରେ ଲେଖିଥିଲେ, “ ମୋ ପିତା ମୋତେ ଶିକ୍ଷା ଦେଇଛନ୍ତି,ଯେ ଯେଉଁ ଲୋକମାନେ ଘୃଣାକୁ ସାଙ୍ଗରେ ନେଇ ଚାଲିଥାନ୍ତି ସେମାନେ ଜିବୀତ ଥାଉ ଥାଉ ଜେଲର ଅନୁଭବ କରିଥାନ୍ତି । ସେ ନିଜ ପିତାଙ୍କଠାରୁ ସମସ୍ତଙ୍କୁ ଭଲପାଇବା ଏବଂ ସମ୍ମାନ ଦେବା ଶିକ୍ଷା ପାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଥିଲେ, ଏହା ଜଣେ ପୁତ୍ର ତାଙ୍କ ପିତାଙ୍କ ପ୍ରତି ଥିବା ପ୍ରେମ । ରାଜୀବ ଗାନ୍ଧି ଆମେ ସବୁ ଆପଣଙ୍କୁ ବହୁତ ଭଲପାଉ ଏବଂ ଆପଣ ସଦାବେଳେ ଆମ ହୃଦୟରେ ରହିଥିବେ ।