ପାଣି ଘେରରେ ଗଜପତି ଜିଲ୍ଲାର ଅଡବା ଗ୍ରାମ ! ଘରେ ପଶିଛି ନଦୀ ପାଣି,ତଳୁଆ ଅଞ୍ଚଳବାସୀଙ୍କ ପାଇଁ ଆଶ୍ରୟ ସାଜିଛି ବିଦ୍ୟାଳୟ ।

43

ଓଡିଶାର କିଛି ସ୍ଥାନ ତିତଲି ପ୍ରକୋପରୁ ବର୍ତ୍ତି ଯାଇଥିଲେ ମଧ୍ୟ ଆଉ କିଛି ସ୍ଥାନ ଏହାର ତାଣ୍ଡବରୁ ବଞ୍ôଚପାରିନାହିଁ । ତେବେ ଗଜପତି ଜିଲ୍ଲା ଏହି ଝଡର ଶିକାର ପାଲଟିଥିବା ବେଳେ ଏଠାକାର ଅଡବା ଗ୍ରାମରେ ମଧ୍ୟ ତିତଲିର ତାଣ୍ଡବ ଦେଖିବାକୁ ମିଳିଛି ।

ତୁହାକୁ ତୁହା ପବନ ସାଙ୍ଗକୁ ଆଜି ଦିନ ସାରା ବର୍ଷା ଥମିବାକୁ ନାଁ ଧରୁନାହିଁ । ପଚାଷରୁ ଅଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ତଳୁଆ ଅଞ୍ଚଳବାସୀଙ୍କୁ ଅଡବା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଗ୍ରାମବାସୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଛି ।

ବର୍ଷା ପ୍ରଭାବରୁ ଦୁଇ ଦିନ ହେଲା ବିଜୁଳି କାଟ୍ ମଧ୍ୟ ହୋଇଛି । ଋଷିକୁଲ୍ୟା ନଦୀରେ ପାଣି ବଢିବା କାରଣରୁ ଗମନାଗମନ ସୁବିଧା ବାଧାପ୍ରାପ୍ତ ହୋଇଛି । ଅଡବା ବ୍ରିଜରେ ପ୍ରବଳ ପାଣି ଜମିବାରୁ ଯାତାୟତ କରିବାରେ ଅସୁବିଧା ଉପୁଜୁଛି । ଲଗାଣ ବର୍ଷା ଯୋଗୁୁଁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ବଡ ବଡ ଗଛ ରାସ୍ତାରେ ପଡି ରାସ୍ତା ଅବରୋଧ କରିଛନ୍ତି । ଗ୍ରାମର ଦୁଇଟି ସାହି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ଅଡବାବାସୀଙ୍କ ପାଇଁ ତିତଲି ତାଣ୍ଡବର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି ।