କେମିତି ଜାଣିବେ ସୁଗାର ଫ୍ରି ଖାଦ୍ୟରେ ସୁଗାର ଅଛି କି ନାହିଁ ! ମନେରଖନ୍ତୁ କିଛି ଅଜଣା ଟିପ୍ସ । 

429

ଅଧିକାଂଶ ସମୟରେ ସୁଗାର ଫ୍ରି ଲେଖାଯାଇଥିବା ଖାଦ୍ୟ ସାମଗ୍ରୀ କିଣି ଆପଣ ଠକାମିର ଶିକାର ହୋଇଥାଆନ୍ତି । କାରଣ, ସୁଗାର ଫ୍ରି ନାଁରେ ବିଭିନ୍ନ କଂପାନୀଗୁଡିକ ଉପଭୋକ୍ତାଙ୍କୁ ବୋକା ବନେଇବାରେ ଲାଗିଛନ୍ତି । ତେଣୁ, ଆଜି ଆମେ ଆପଣଙ୍କୁ ଏନେଇ କିଛି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣ କିଣିଥିବା ଜିନିଷଟି ସୁଗାର ଫ୍ରି କି ନୁହେଁ ।

• ଯେତେବେଳେ ଆପଣ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଡକ୍ଟର ଲେବୁଲକୁ ଧ୍ୟାନର ସହ ପଢନ୍ତୁ । ଯଦି କିଣିଥିବା ସାମଗ୍ରୀଟିର କୌଣସି ବି ସ୍ଥାନରେ ସୁଗାର ବା ମିଠା ବୋଲି ଲେଖାଯାଇଥିବାର ନଜର ଆସେ ତେବେ ବୁଝିଯିବେ କି ଉକ୍ତ ଜିନିଷଟି କେବେହେଲେ ସୁଗାର ଫ୍ରି ପ୍ରଡକ୍ଟ ନୁହେଁ ।

• କିଛି କଂପାନୀ ନିଜ ପ୍ରଡକ୍ଟ ଲେବୁଲରେ ଅର୍ଗାନିକ୍ ସୁଗାର ଶବ୍ଦର ପ୍ରାୟତଃ ବ୍ୟବହାର କରିଥାଆନ୍ତି । ତେବେ ଏହି ଶବ୍ଦ ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ ହୋଇଥାଏ । କାରଣ, ଉପଭୋକ୍ତାଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଶବ୍ଦର ପ୍ରୟୋଗ କଂପାନୀଗୁଡିକ ସାଧାରଣତଃ କରିଥାଆନ୍ତି । କିନ୍ତୁ ବାସ୍ତବରେ ଏଭଳି ସାମଗ୍ରୀରେ ମିଠା ଅଂଶ ଥାଏ ।

• କିଣିବା ସମୟରେ ପ୍ରଡକ୍ଟ ଲେବୁଲରେ ଥିବା ସର୍ବମୋଟ ସୁଗାର ସ୍କେଲକୁ ମୁଖ୍ୟତଃ ଚେକ୍ କରନ୍ତୁ । କାରଣ, କିଛି କଂପାନୀ ଏହି ପ୍ରଡକ୍ଟରେ ବ୍ୟବହାର କରିଥିବା ସୁଗାରର ମାତ୍ରାକୁ ଉଲ୍ଲେଖ କରିଥାଆନ୍ତି ।

• ଯଦି ଆପଣ କିଣିଥିବା ସାମଗ୍ରୀ ତଥା ପ୍ରଡକ୍ଟରେ ନାଚୁରାଲ୍ ସୁଗାର ସଂପର୍କରେ ଉଲ୍ଲେଖ ଥାଏ ତେବେ ଆପଣ ବୁଝି ଯାଆନ୍ତୁ କି ନାଚୁରାଲ ସୁଗାର ମଧ୍ୟ ସାମାନ୍ୟ ସୁଗାର ଭଳି କ୍ଷତିକାରକ ହୋଇଥାଏ । ବିଭିନ୍ନ ଫଳ ରସରେ ତିଆରି ପ୍ରଡକ୍ଟରେ ଥିବା ନାଚୁରାଲ୍ ସୁଗାର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହାନୀକାରକ ହୋଇଥାଏ ।

ନ୍ୟୁଟ୍ରିସନ ଏକ୍ସପୋର୍ଟ ଇ.ସି ଖୋସଲୋ ଏକ ସାକ୍ଷତକାରରେ କହିଥିଲେ ଯେ “କୌଣସି ପ୍ରଡକ୍ଟ ହୁଏତ ଫ୍ୟାଟ୍ ଫ୍ରି ହୋଇଥାଇପାରେ ମାତ୍ର ଏହା କହିବା ସଂପୂର୍ଣ୍ଣ ଭୂଲ ହେବ ଯେ ଏଥିରେ ସୁଗାରର ମାତ୍ରା ଅଧିକ ନ ଥାଇପାରେ ବୋଲି । ଏଥିପାଇଁ କିଣିବା ସମୟରେ ଆପଣ ଏହାର ଲେବୁଲକୁ ଭଲଭାବରେ ତଦାରଖ କରିବା ଜରୁରୀ ଅଟେ ।’’