ହାତରେ ଖେଳନା ବନ୍ଧୁକ ଏବଂ ସେନା ପୋଷାକ ପିନ୍ଧି ଖବର ପ୍ରସାରଣ କଲେ ଟିଭି ଆଙ୍କର, ଲୋକେ କହିଲେ ଖବର ପ୍ରସାରଣ କରୁଛ ନା ମନୋରଞ୍ଜନ କରୁଛ ?

249

ଫେବୃୟାରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ୍ ଦେବା ପାଇଁ ଭାରତୀୟ ବାୟୁସେନା ତରଫରୁ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରାଗଲା । ଭାରତର ଏହି ଆକ୍ସନ୍ ରେ ୩୦୦ ରୁ ଅଧିକ ଆତଙ୍କବାଦୀ ଜୀବନ ହରାଇଲେ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର ଏଭଳି ପ୍ରତିକ୍ରିୟା ଉପରେ ଦେଶ-ବିଦେଶର ମିଡିଆ ଖୁବ୍ କଭର୍ କରିଥିଲେ । ବିଭିନ୍ନ ମିଡିଆ ଚ୍ୟାନେଲ୍ ଭିନ୍ନ ଭିନ୍ନ ଗ୍ରାଫିକ୍ସ ଜରିଆରେ ଭାରତୀୟ ବାୟୁସେନାର ପ୍ରତି ଆକ୍ରମଣକୁ ଫୁଟେଜ୍ ମାଧ୍ୟମରେ ଦେଖାଇଲେ । ତେବେ ବର୍ତ୍ତମାନ ତେଲୁଗୁ ଚ୍ୟାନେଲ୍ ଟିଭି ୯ ଏହି ଖବର ପ୍ରସାରଣ ପରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଖବର ପରିବେଶଣ ସମୟରେ ଟିଭି ଆଙ୍କର ଯବାନଙ୍କ ଭଳି ଖାକି ପୋଷାକ ପିନ୍ଧି ହାତରେ ଖେଳନା ବନ୍ଧୁକ ଧରି ଖବର ପ୍ରସାରଣ କରିଥିଲେ ।

ଏହାଠାରୁ ଅଧିକ ହାସ୍ୟାସ୍ପଦ ଥିଲା ଟିଭି ଷ୍ଟୁଡିଓରେ ଗ୍ରାଫିକ୍ସର ବ୍ୟବହାର କରିବା । ଏହାସହ ଫାଇଟର୍ ଜେଟ୍ ପୃଷ୍ଠଭୂମିରେ ତିନି ଭାରତୀୟ ସେନା ପ୍ରମୁଖଙ୍କ ଫଟୋକୁ ଏକାସଙ୍ଗେ ଲ୍ୟାଣ୍ଡ୍ କରିବା । ଦର୍ଶକଙ୍କ କହିବାନୁସାରେ ଟିଭି ଆଙ୍କରଙ୍କ ଦ୍ୱାରା ଯୁଦ୍ଧର ଏଭଳି ଗମ୍ଭୀର ସମୟରେ ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଭଳି ଖବର ପ୍ରସାରଣ କରିବା ଆଦୌ ଶୋଭନୀୟ ନଥିଲା । ସୋସିଆଲ୍ ମିଡିଆରେ ଟିଭି ୯ ଆଙ୍କରଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ହାତରେ ଖେଳନା ବନ୍ଧୁକ ନେଇ ଏହି ଆଙ୍କର କହୁଛନ୍ତି ଯେ କିଭଳି ଭାବେ ପଞ୍ଜାବ ଏବଂ ଗୁଜୁରାଟ ସୀମାରେ ହାଇଆଲର୍ଟ ଜାରୀ କରାଯାଇଛି ।