ଦଶମ ଏବଂ ଦ୍ୱାଦଶ ପାସଙ୍କ ପାଇଁ ପୋଲିସ୍ ବିଭାଗରେ ବାହାରିଲା ବିଜ୍ଞପ୍ତି ! ଏଭଳି କରନ୍ତୁ ଆବେଦନ । 

60

ତେଲେଙ୍ଗାନା ରାଜ୍ୟ ପୋଲିସ୍ ବିଭାଗ ତରଫରୁ ହାବିଲଦାର୍ ଏବଂ ଫାୟାରମ୍ୟାନ୍ ପଦବୀ ପାଇଁ ନିଯୁକ୍ତି ବାହାରି ଯାଇଛି । ଏହି ନିଯୁକ୍ତିରେ ଦଶମ ଏବଂ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଆପଣ ଯଦି ହାବିଲଦାର୍ ଏବଂ ଫାୟାରମ୍ୟାନ୍ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସୁଚନା ଉପରେ ନଜର ପକାନ୍ତୁ ।

ପଦବୀ : ପୋଲିସ୍ , ହାବିଲଦାର୍ ଏବଂ ଫାୟାରମ୍ୟାନ୍ ।

ପଦବୀ ସଂଖ୍ୟା : ୧୬୯୨୫  ।

ଯୋଗ୍ୟତା : ନିଯୁକ୍ତିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଏବଂ ଦଶମ ପାସ୍ କରିବା ଆବଶ୍ୟକ ।

ବୟସ ସୀମା : ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ବୟସ ସୀମା ରହିଛି । ଆବେଦନକାରୀଙ୍କ ନ୍ୟୁନତମ ବୟସ ୧୮ ରୁ ୨୦ ବର୍ଷ ଏବଂ ୨୫ ରୁ ୩୦ ବର୍ଷ ଭିତରେ ହେବା ଦରକାର । ବୟସ ସୀମାରେ ରାଜ୍ୟ ସରକାରଙ୍କ ତରଫରୁ ଛୁଟ ମଧ୍ୟ ଦିଆଯିବ ।

ଆବେଦନ ଫିସ୍ :

ହାବିଲଦାର୍ ପଦବୀରେ ଆବେଦନ କରିବା ପାଇଁ ଜେନେରାଲ୍ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୮୦୦ ଟଙ୍କା ଏବଂ ଏସ୍ ସି ଏବଂ ଏସ୍ ଟି ପ୍ରାର୍ଥୀଙ୍କ ପାଇଁ ୪୦୦ ଟଙ୍କାର ଆବେଦନ ଫିସ୍ ଦେବାକୁ ହେବ ।

ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୩୦ ଜୁନ୍ ୨୦୧୮ ଏବଂ ଆବେଦନ ପ୍ରକ୍ରିୟା ୯ ଜନ୍ରୁ ଆରମ୍ଭ ହେବ ।

ଦରମା : ୧୬,୪୦୦ ଟଙ୍କାରୁ ୪୯,୮୭୦ ଟଙ୍କା ପର୍ଯ୍ୟନ୍ତ ।

ଅଧିକ ଜାଣିବା ପାଇଁ ୯୩୯୩୭୧୧୧୧୦ ଏବଂ ୯୩୯୧୦୦୫୦୦୬ ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ଅଧିକ ଜାଣନ୍ତୁ ।