ଫିଲ୍ମ ଭାରତରେ ସଲମାନଙ୍କ ବିପକ୍ଷରେ ଅଭିନେତ୍ରୀ ହେବାକୁ ଇଚ୍ଛା କଲେ ଗୁର୍ଥୀ ! ଟ୍ୱିଟରରେ ମନ କଥା ଖୋଲି କହିଲେ । 

59

ନିର୍ଦ୍ଦେଶକ ଅଲି ଅବାସ ଜଫରଙ୍କ ଫିଲ୍ମରେ ଏବେ ପ୍ରିୟଙ୍କା ଚୋପ୍ରା ନଜର ଆସିବେ ନାହିଁ । କିଛି ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରିୟଙ୍କା ଫିଲ୍ମରୁ ବ୍ୟାକଆଉଟ କରି ନେଇଛନ୍ତି । ଫିଲ୍ମ ପାଇଁ ନିର୍ମାତା ଏବେ ଅନ୍ୟ ନାୟିକାଙ୍କୁ ଖୋଜୁଛନ୍ତି । ଏହି ମଧ୍ୟରେ ସୁନିଲ ଗ୍ରୋଭର ମଧ୍ୟ ଫିଲ୍ମରେ ପ୍ରିୟଙ୍କାଙ୍କ ସ୍ଥାନ ନେବା ପାଇଁ ଆପ୍ଲାଇ କରିଛନ୍ତି ।

 

ବାସ୍ତବରେ ସୁନିଲ ଗ୍ରୋଭର ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଝିଅ ଚରିତ୍ରରେ ନଜର ଆସିଛନ୍ତି । ଭିଡ଼ିଓରେ ସେ କହିଛନ୍ତିଯେ ମୁଁ ଜାଣିବାକୁ ପାଇଲି ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ି ସାରିଛନ୍ତି,ତେଣୁ ଫିଲ୍ମ ପାଇଁ ନାୟିକାଙ୍କର ଆବଶ୍ୟକତା ରହିଛି,ତେଣୁ ସେ ସେଥିପାଇଁ ଆପ୍ଲାଇ କରିବାକୁ ଚାହାଁନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ତାଙ୍କୁ ନାୟିକା କରାଯାଉ କାରଣ ସେ ଏହି ଚରିତ୍ର ସହିତ ନ୍ୟାୟ କରିବେ ।

ଝିଅ ବେଶରେ ସୁଟିଂ କରାଯାଇଥିବା ସୁନିଲଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ସେୟାର କରାଯାଉଛି । ଏହା ସହିତ ବାହାନା ହେଉ ତଥାପି ସୁନିଲ ସମସ୍ତଙ୍କ ସଙ୍କେତ ଦେଇଛନ୍ତିଯେ ନିର୍ମାତା ନାୟିକାଙ୍କୁ ଖୋଜୁଛନ୍ତି ।