ପଂଚାୟତ ନିର୍ବାଚନ : କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ କୋଟଗଡ ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ

22

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ କୋଟଗଡ ଜିଲ୍ଲା ପରିଷଦ ଜୋନରେ ଭୋଟିଂ ଚାଲିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ଭିଡିଓଗ୍ରାଫି ଓ ସିସିଟିଭିର ବ୍ୟବସ୍ଥା କରାଯାଇଛି । ତୁମୁଡିବନ୍ଧ ଜୋନର ୧୪୩ଟି ବୁଥ୍ ମଧ୍ୟରୁ ୯୧ଟି ମାଓ ପ୍ରଭାବିତ ବୁଥ ରହିଛି । ୩୪ଟି ସମ୍ବେନନଶୀଳ ଓ ୭ଟି ଅତିସମ୍ବେଦନଶୀଳ ବୁଥ ରହିଛି ।

ସେହିପରି କୋଟଗଡ ଜୋନର ୧୮୨ଟି ବୁଥ ମଧ୍ୟରୁ ୫୭ଟି ମାଓ ପ୍ରଭାବିତ ବୁଥ୍, ୬୧ଟି ଅତି ସମ୍ବେଦନଶୀଳ ଓ ୧୨ଟି ସମ୍ବେଦନଶୀଳ ବୁୂଥ ରହିଛି ।ଏହିସବୁ ବୁଥରେ ସିସିଟିଭି ସହ ଭିଡିଓ ରେକର୍ଡିଂର ବ୍ୟବସ୍ଥା କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ଓ ଏସପି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତଦାରଖ କରିଛନ୍ତି ।