ପଂଚାୟତ ନିର୍ବାଚନ ! ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ୨୯୬ଟି ବୁଥରେ ଭୋଟ ଗ୍ରହଣ ଆରମ୍ଭ

43

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ୨୯୬ଟି ବୁଥରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୮୫ ହଜାର ୩୯୪ ଜଣ ଭୋଟର ୨୨ଟି ପଂଚାୟତର ସରପଂଚ, ସମିତିସଭ୍ୟ, ୨୯୬ଟି ଓାର୍ଡ ମେମ୍ବର ସହିତ ୩ଟି ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୬ଟି ବୁଥ ଉତେଜନାପ୍ରବଣ ରହିଥିବା ବେଳେ ୫ଟି ଅତି ଉତେଜନାପ୍ରବଣ ବୁଥ ରହିଛି ।

ସେଗୁଡିକ ହେଲା ବାଉଁଶପାଳ ପଂଚାୟତର ଗୋପିଗାଡିଆ ପ୍ରୋଜେକ୍ଟ ୟୁପି ସ୍କୁଲ, କଂଟାପାଳ ୟୁପି ସ୍କୁଲ, ବାରୁହାଁ ପଂଚାୟତର ବାରୁଂଆ ୟୁପି ସ୍କୁଲ, ସୋଗର ପଂଚାୟତର ସୋଗର ୟୁପି ସ୍କୁଲ, ଓ ଅମ୍ବାବୋଲ ୟୁପି ସ୍କୁଲ । ଏହି ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମ୍ପୂର୍ଣ୍ଣ ଭୋଟ ଗ୍ରହଣ ବ୍ୟବସ୍ଥାକୁ ଭିଡିଓଗ୍ରାଫି କରାଯାଇଛି ।